ପାଚେରି ଭାଙ୍ଗି ଅଗଣାରୁ ବୁଲେଟ୍‌ ଚୋରି

ଖଣ୍ଡଗିରି : ଗୁରୁବାର ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଯାଁଳା ଫାଣ୍ଡି ଅନ୍ତର୍ଗତ ମୁଣ୍ଡମୁହାଁଣ ଗାଁର ତ୍ରୈଲୋକ୍ୟ ପ୍ରସାଦ ଓରଫ୍ ଲକିଙ୍କ ନୂଆ ବୁଲେଟ୍‌କୁ ଅଗଣାରୁ ଚୋରି କରି ନେଇଛନ୍ତି। ଏନେଇ ଲକି ଆଜି ଯାଁଳା ଫାଣ୍ଡିରେ ଅଭିଯୋଗ କରିବା ପରେ ପୁଲିସ ଛାନଭିନ୍‌ ଆରମ୍ଭ କରିଛି। ସୂଚନାନୁସାରେ, ସବୁଦିନ ଭଳି ଲକି ତାଙ୍କ ବୁଲେଟ୍‌ ଓ ପାଜେରୋ ଗାଡ଼ିକୁ ପୋର୍ଟିକୋ ତଳେ ରଖନ୍ତି। ଆଜି ସକାଳୁ ସେ ଅଗଣାରେ ବାଇକ୍ ନଥିବା ଦେଖିବା ପରେ ଯାଁଳା ଫାଣ୍ଡିରେ ଅଭିଯୋଗ କରିଥିଲେ। ଦୁର୍ବୃତ୍ତମାନେ ପାଚେରି ଭାଙ୍ଗି ବୁଲେଟ୍‌କୁ ଟେକି ଟେକି ବାହାରକୁ ନେବା ପରେ କୌଣସି ଚାରିଚକିଆ ଗାଡ଼ିରେ ଉଠାଇ ନେଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ ଯେ ଦୁଇ ମାସ ତଳେ ଏହି ଅଞ୍ଚଳର ଯାଁଳା ରାଉତସାହି ଦିବ୍ୟକୁମାର ରାଉତରାୟଙ୍କ ଅଗଣାରୁ ଦୁର୍ବୃତ୍ତମାନେ ନୂଆ ପଲସର୍‌ ବାଇକ୍‌ ଚୋରି କରିନେଇଥିଲେ।

ସମ୍ବନ୍ଧିତ ଖବର