ବୁଲୁ ନନାଙ୍କ ୨ ଟଙ୍କିଆ ବରା

ଶ୍ରୀରାମ ନଗରରେ ଥିବା ବୁଲୁ ନନାଙ୍କ ବରାର ଟିକେ ଅଲଗା ରକମର ଚାହିଦା। ପୁରୁଣା ଭୁବନେଶ୍ୱରର ଆଖପାଖ ଓ ନୂଆ ରାଜଧାନୀର ପୁରୁଖା ଲୋକ ବୁଲୁ ନନାଙ୍କ ଚାଳିଆ ଘରେ ତିଆରି ହେଉଥିବା ବରା ଖାଇବାକୁ ଧାଇଁ ଆସନ୍ତି। ଦିଲ୍ଲୀପ କୁମାର ମଲିଆ ଏଠି ବୁଲୁ ନନା ନାମରେ ପରିଚିତ। ଏହି ନାରେ ଗ୍ରାହକ ସ୍ୱାଦିଷ୍ଟ୍‍ ବରାକୁ ଖୋଜନ୍ତି। ଡିମାଣ୍ଡ୍‌ ଏତେ ଯେ, କଡ଼େଇରୁ ବରା ବାହାରିବା ଶେଷ ହୋଇଯାଏ। ସକାଳ ହେଲେ ବୁଲୁ ନନାଙ୍କ ବରା ଦୋକାନ ଆଗରେ ମୂଲିଆଙ୍କଠୁ ନେଇ ମନ୍ତ୍ରୀ ଓ ପ୍ରଶାସକଙ୍କ ଯାଏଁ ଗାଡ଼ି ଲାଗେ। ଦୁଇ ଓଳି ମାତ୍ର ୨ଟଙ୍କିଆ ବରା ଆଉ ଘୁଘୁନି ବିକ୍ରି ହେଉଛି। ବୁଲୁ ନନାଙ୍କ କହିବା ଅନୁଯାୟୀ ଏହି ବରା ଗ୍ରାହକଙ୍କୁ ଭଲ ଲାଗୁଥିବାରୁ ବହୁ ଦୂରରୁ ଏଠାକୁ ଆସନ୍ତି। ଆଖପାଖ ଗରାଖଙ୍କ ଛଡ଼ା ବାହାର ଲୋକଙ୍କ ଭିଡ଼ ଜମେ। ବିରି ବଟାରେ ପିଆଜ, ଗୋଟା ଜିରା, ଧନିଆ ପତ୍ର, ଭୃସଙ୍ଗ ପତ୍ର ଦେଇ ପ୍ରସ୍ତୁତ କରନ୍ତି। ଦୈନିକ ୨୦୦୦ରୁ ଅଧିକ ଟଙ୍କା ବେପାର ହୁଏ। କାଠ ଚୁଲିରେ ରୋଷେଇ ଯୋଗୁ ଏହାର ଡିମାଣ୍ଡ ଅଧିକ ବୋଲି ସ୍ଥାନୀୟ ଲୋକେ କୁହନ୍ତି।

ସମ୍ବନ୍ଧିତ ଖବର