ଭୁବନେଶ୍ବର: ଦେଶର ପ୍ରସିଦ୍ଧ ବର୍ଗର ନିର୍ମାତା ‘ବର୍ଗର କିଙ୍ଗ୍’ ରସୁଲଗଡ଼ସ୍ଥିତ ଏସପ୍ଲାେନଡ ମଲ୍ରେ ଏହାର ନୂଆ ଶାଖା ଖୋଲିଛି। ଏଠାରେ ଗ୍ରାହକଙ୍କୁ ସ୍ବାଦିଷ୍ଟ ବର୍ଗର ଓ ହୋପର ଆଦି ଯୋଗାଇ ଦିଆଯାଉଛି। ଭାରତୀୟଙ୍କ ଖାଦ୍ୟ ରୁଚିକୁ ପ୍ରାଧାନ୍ୟ ଦେଇ କମ୍ପାନି ଭେଜ୍, ଚିକେନ ଓ ମଟନରେ ହୋପର ସମେତ ନିରାମିଷ ଖାଦ୍ୟ ପ୍ରିୟ ବ୍ୟକ୍ତିଙ୍କ ପାଇଁ କ୍ରିିସ୍ପି ଭେଜ୍, ବିକେ ଭେଜି, ଭେଜ ସରପ୍ରାଇଜ୍, ଭେଜ୍ ଚିଲି ଚିଜ୍, ପନିର କିଙ୍ଗ ମେଲ୍ଟ ଆଦି ଯୋଗାଇ ଦେଉଛି। ସେହିଭଳି ଲିପ୍-ସ୍ମାକିଂ ଚିକେନ ତନ୍ଦୁର ଗ୍ରିଲ ବର୍ଗର ଏବଂ ଡିଲେକ୍ଟେବଲ ଫିଏରି ଚିକେନ ବର୍ଗର ସମେତ ମସଲା ହୋପର, ସ୍ମୋକିନ କ୍ରଞ୍ଚ ହୋପର, ସାଲସା ହୋପର ଆଦି ଏବେ ଉପଲବ୍ଧ ହେଉଛି। ଖୁବଶୀଘ୍ର ବିଗବସ ହୋପର ଉପଲବ୍ଧ ଯୋଜନା ରହିଛି। କମ୍ପାନି ଏହାର ଲୋକପ୍ରିୟ କ୍ରିସପି ଭେଜ୍ ବର୍ଗର ଦୁଇଟିକୁ ୫୯ ଟଙ୍କାରେ ଏବଂ କ୍ରିସପି ଚିକେନ୍ ବର୍ଗର ଦୁଇଟିକୁ ୭୯ ଟଙ୍କାରେ ଏବେ ଯୋଗାଇ ଦେଉଛି। ଦେଶର ଅନ୍ୟ ବଜାର ଭଳି ଭୁବନେଶ୍ବରରେ ମଧ୍ୟ କମ୍ପାନିର ହୋପର ଓ ବର୍ଗର ଆଦୃତି ଲାଭ କରିବ ବୋଲି କମ୍ପାନିର ବର୍ଗର କିଙ୍ଗ୍ ଇଣ୍ଡିଆର ସିଇଓ ରାଜୀବ ବର୍ମନ ଏହି ପରିପ୍ରେକ୍ଷୀରେ କହିଛନ୍ତି।
ଏସ୍ପ୍ଲାନେଡ୍ରେ ଖୋଲିଲା ‘ବର୍ଗର କିଙ୍ଗ୍’
05
/sambad/media/post_attachments/wp-content/uploads/2018/10/burger-king.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)