ଜଳିଗଲା ବାଲି ବୋଝେଇ ହାଇଓ୍ଵା

ମେଣ୍ଢାଶାଳ: ମଙ୍ଗଳବାର ମଧ୍ୟରାତ୍ରିରେ ମେଣ୍ଢାଶାଳ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର କିଛି ଦୂରରେ ଥିବା ଏକ ବାଲେଇ ବୋଝେଇ ହାଇଓ୍ଵା ଟ୍ରକ୍‌ ଜଳିଯାଇଛି। ଟ୍ରକ୍‌(ଓଡି-୦୨ଡବ୍ଲ୍ୟୁ-୦୩୫୪)ଟି ବାଲି ଅନ୍‌ଲୋଡ୍‌ କରିବା ବେଳେ ଏପରି ଘଟଣା ଘଟିଛି। ଟ୍ରକ୍‌ଟି ସଂପୂର୍ଣ୍ଣ ଜଳି ଯାଇଥିବା ବେଳେ ଡ୍ରାଇଭର୍‌ ଅଳ୍ପକେ ରକ୍ଷା ପାଇଯାଇଥିବା ଜଣାପଡ଼ିଛି। ଖବରପାଇ ମେଣ୍ଢାଶାଳ ଦମକଳ କେନ୍ଦ୍ରେ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ନିଆଁ ଲିଭାଇଥିଲେ। ତେବେ କେଉଁ କାରଣରୁ ଏପରି ଅଗ୍ନିକାଣ୍ଡ ଘଟିଲା ତାହା ଜଣାପଡ଼ି ନାହିଁ।

ସମ୍ବନ୍ଧିତ ଖବର