ଅଗ୍ନିକାଣ୍ଡରେ ୩ବଖରା ଜଳିଗଲା

ବାଲିପାଟଣା : ବାଲିପାଟଣା ଥାନା ଅନ୍ତର୍ଗତ ମାର୍ଥାପୁର ପଞ୍ଚାୟତ ସୁମୁଦି ଗ୍ରାମରେ ଅଗ୍ନିକାଣ୍ଡ ଘଟିଛି। ଗତ ବୁଧବାର ଦିନ ବିଳମ୍ବିତ ରାତିରେ ଅଗ୍ନିକାଣ୍ଡ ଘଟି ଦେବେନ୍ଦ୍ର ଭୋଇଙ୍କ ୩ବଖରା ଘର ଜଳିଯାଇଛି।ଏଥିସହ ନିକଟରେ ଥିବା ଏକ ଧାନଗଦା ମଧ୍ୟ ଜଳି ଯାଇଛି। ଖବର ପାଇ ବାଲିପାଟଣା ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲେ ବି ଅଗ୍ନିକାଣ୍ଡରୁ ଘରଗୁଡ଼ିକୁ ରକ୍ଷା କରିପାରିନଥିଲା। ଅଗ୍ନିକାଣ୍ଡରେ ଦେବେନ୍ଦ୍ରଙ୍କ ୩ବଖରା ଘର ସମେତ, ଝିଅର ପୁଆଣି ପାଇଁ ରଖିଥିବା ନଗଦ ଟଙ୍କା, ସମସ୍ତ ଆସବାବପତ୍ର ଆଦି ହଜାର ହଜାର ଟଙ୍କାର ସଂପତ୍ତି ପୋଡ଼ି ପାଉଁଶ ହୋଇଯାଇଛି। ତୁରନ୍ତ ଅଗ୍ନବିପନ୍ନ ପରିବାରକୁ ସରକାରୀ ସହାୟତା ଯୋଗାଇଦେବାକୁ ଦାବି ହୋଇଛି।

ସମ୍ବନ୍ଧିତ ଖବର