ବାଲିଅନ୍ତା: ଭୁବନେଶ୍ୱର - କଟକ ଜାତୀୟ ରାଜପଥର ପାହାଳ ଫାଣ୍ଡି ଅନ୍ତର୍ଗତ ପାହାଳ ଛକ ସ୍ଥିତ ଓଁକାର ଜଗନ୍ନାଥ ମନ୍ଦିର ନିକଟରେ ଆଜି ସଂଧ୍ୟା ପ୍ରାୟ ୬ଟା ସମୟରେ ଦ୍ରୁତ ବେଗରେ ଯାଉଥିବା ଏକ ଘରୋଇ ଯାତ୍ରିବାହୀ ବସ୍ ଜଣେ ପଥଚାରୀଙ୍କ ଉପରେ ଚଢ଼ିଯିବାରୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଛି । ସ୍ଥାନୀୟ ଲୋକ ଗୁରୁତର ଅବସ୍ଥାରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ପଠାଇଥିଲେ। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ସଂପର୍କରେ ଖବର ପାଇ ତାଙ୍କ ପରିବାର ଲୋକ ଡାକ୍ତରଖାନାରେ ପହଞ୍ଚି ଥିବା ସୂଚନା ମିଳିଛି। ତେବେ ଦୁର୍ଘଟଣା ଘଟାଇ ସେଠାରୁ ଖସି ପଳାଇଥିବା ବସ୍ଟିକୁ ପୁଲିସ ଜବତ କରିବାରେ ସକ୍ଷମ ହୋଇ ନଥିବା ଜଣାପଡ଼ିଛି। ପଥଚାରୀଙ୍କ ମୃତ୍ୟୁକୁ ନେଇ ଘଟଣାସ୍ଥଳରେ କିଛି ସମୟ ପାଇଁ ଉତ୍ତେଜନା ପ୍ରକାଶ ପାଇଥିଲା । ଖବର ପାଇ ପାହାଳ ଫାଣ୍ଡି ପୁଲିସ କ୍ୟାପିଟାଲ ହସ୍ପିଟାଲରେ ପହଞ୍ଚି ଶବ ଜବତ କରି ତାଙ୍କ ପରିବାର ଲୋକଙ୍କୁ ଏନେଇ ଖବର ଦେଇଥିବା କହିଛି । ପୁଲିସ ସୂଚନାନୁଯାୟୀ ସେ ଜଗନ୍ନାଥ ମନ୍ଦିର ପାର୍ଶ୍ୱରୁ ଚାଲିଚାଲି ବିପରୀତ ଦିଗକୁ ଯିବା ପାଇଁ ରାସ୍ତାପାର ହେଉଥିବା ସମୟରେ ଭୁବନେଶ୍ୱରରୁ କଟକ ଅଭିମୁଖେ ଯାଉଥିବା ଉପରୋକ୍ତ ବସ୍ଟି ତାଙ୍କୁ ଧକ୍କା ଦେବାରୁ ମୁଣ୍ଡ ଉପରେ ଚକା ଚଢ଼ି ଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିବା କିଛି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି । ବାଲିଅନ୍ତା ଥାନାରେ ଏନେଇ ଏକ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ଦୁର୍ଘଟଣାଗ୍ରସ୍ତ ଉକ୍ତ ବସ୍ଟିକୁ ଜବତ କରି ଏହାର ଚାଳକଙ୍କୁ ଗିରଫ କରିବା ପାଇଁ ଉଦ୍ୟମ ଚଳାଇଥିବା ଜଣେ ପୁଲିସ ଅଧିକାରୀ କହିଛନ୍ତି ।
ପଥଚାରୀଙ୍କ ଉପରେ ଚଢ଼ିଗଲା ବସ୍; ପାହାଳରେ ଉତ୍ତେଜନା
/sambad/media/post_attachments/wp-content/uploads/2018/01/Accident_Sambad-Graphic.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)