ରାସ୍ତା କଡ଼ରେ ଥୁଆ ହୋଇଥିବା ବସ୍‌ ଜଳିଗଲା

ଭୁବନେଶ୍ୱର: ଆଜି ରାଜଧାନୀ ଭୁବନେଶ୍ୱରରେ ଦେଖିବାକୁ ମିଳିଛି ଏକ ଅଦ୍ଭୁତ ଘଟଣା। ଖଣ୍ଡଗିରି ଥାନା ଆଞ୍ଚଳ ଅନ୍ତର୍ଗତ ଆଇଗିଣିଆ ଛକରେ ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ଯାତ୍ରୀବାହୀ ବସରେ ନିଆଁ ଲାଗି ଯାଇଛି। ବସର ନାମ ଫାଲଗୁନି ବୋଲି ଜଣାପଡ଼ିଛି। ତେବେ ବସ୍‌ଟିରେ କେଉଁ ପରିସ୍ଥିତିରେ ନିଆଁ ଲାଗିଲା ତାହା ସ୍ପଷ୍ଟ ହୋଇ ନାହିଁ। ବସ୍‌ରେ କେହି ଦୁର୍ବୃତ୍ତ ନିଆଁ ଲଗାଇ ଦେଇପାରେ ବୋଲି ସନ୍ଦେହ କରାଯାଉଛି। ଅନ୍ୟପକ୍ଷରେ ପୁଲିସ ପକ୍ଷରୁ ଘଟଣାର ଅନୁସନ୍ଧାନ କରାଯାଉଛି। ତେବେ ଘଟଣାରେ କେହି ମୃତାହତ ହୋଇ ନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର