ଖଣ୍ଡଗିରି: ବସ୍ରେ ଯାତ୍ରୀ ଉଠାଇବାକୁ କେନ୍ଦ୍ର କରି ବସ୍ ହେଲ୍ପର୍ଙ୍କୁ ଅପହରଣ କରି ହତ୍ୟା ଉଦ୍ୟମ କରିବା ମାମଲାରେ ଭରତପୁର ଥାନା ପୁଲିସ ବରମୁଣ୍ଡା ହାଉସିଂ ବୋର୍ଡ କଲୋନିରେ ରହୁଥିବା ଯାଜପୁର ଜିଲ୍ଲା ହରିଚନ୍ଦ୍ରପୁର ବନିଆରୀ ଗ୍ରାମର ଆଶୁତୋଷ ମହାନ୍ତି(୨୬)କୁ ଗିରଫ କରିଛି। ଏହି ମାମଲାରେ ସଂପୃକ୍ତ ଆଉ ୪ଜଣ ଫେରାର ଅଛନ୍ତି। ଆକ୍ରମଣରେ ଆହତ ଜୟନ୍ତ ବିଶ୍ବାଳ ବର୍ତ୍ତମାନ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି। ପାର୍ବଣ ଆରମ୍ଭ ହୋଇଯାଇଥିବାଷିଷଲ ରାଜଧାନୀରେ ଅପହରଣଜନିତ ଅପରାଧ ବୃଦ୍ଧି ପାଇଛି। କ୍ୟାପିଟାଲ୍ ଥାନା ଅଞ୍ଚଳରେ ମହିଳା କନଷ୍ଟେବଳ ଶୁଭମିତ୍ରା ହତ୍ୟାକାଣ୍ଡ, ବଡ଼ଗଡ଼ ଥାନା ଅଞ୍ଚଳରୁ ଟାକ୍ସି ଡ୍ରାଇଭର୍ ବିଦ୍ୟାଧର ସାହୁଙ୍କୁ ଅପହରଣ ଓ ପରେ ତାଙ୍କର ରହସ୍ୟଜନକ ମୃତ୍ୟୁ ଭଳି ଘଟଣା ବଢ଼ିବାରେ ଲାଗିଛି। ସେହିପରି ଆଶୁତୋଷଙ୍କୁ ଅପହରଣ କରି ମାରିଦେବାକୁ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି।
ଜୟନ୍ତଙ୍କ ଭିଣୋଇ ଭଗବାନ ରାଉତଙ୍କ ଅଭିଯୋଗ ଅନୁଯାୟୀ, ଜୟନ୍ତ ବିଜୟ ନାମକ ବସ୍ରେ ପ୍ରାୟ ୨୦ ବର୍ଷ ହେବ ହେଲ୍ପର୍ ଭାବେ କାମ କରୁଛନ୍ତି। ଗତ ୧୯ ତାରିଖ ଦିନ ‘ବିଜୟ’ ବସ୍ ଭଦ୍ରକଜିଲ୍ଲା ଜାମୁଝାଡ଼ି ନିକଟରେ ଯାତ୍ରୀ ଉଠାଉଥିଲେ। ଏହି ବାଟ ଦେଇ ଯାଉଥିବା ଅନ୍ୟ ଏକ ‘ବିଜୟ’ ବସ୍ ସେଠାରେ ପହଞ୍ଚି ଜୟନ୍ତଙ୍କୁ ଯାତ୍ରୀ ଉଠାଇବାକୁ ମନା କରିଥିଲା। ସେହି ବସ୍ର କଣ୍ଡକ୍ଟର୍ ଅଶୋକ ମହାନ୍ତିଙ୍କ ସହିତ ଜୟନ୍ତଙ୍କର ଝଗଡ଼ା ହୋଇଥିଲା। ତେବେ ସେଠାରୁ ଅଶୋକ ନାନା ଧମକଚମକ ଦେଇ ଚାଲିଯାଇଥିଲେ।
୨୦ ତାରିଖ ଅପରାହ୍ନରେ ଜୟନ୍ତ ବରମୁଣ୍ଡା ବସ୍ଷ୍ଟାଣ୍ଡରେ ନିଜ ବସ୍ ଭିତରେ ବିଶ୍ରାମ କରୁଥିଲେ। ଏହି ସମୟରେ ଅଶୋକ, ତାଙ୍କ ପୁଅ ଆଶୁତୋଷଙ୍କ ସମେତ ଆଉ ୪ଜଣ ଯୁବକ ପହଞ୍ଚି ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ପରେ ଜୟନ୍ତଙ୍କୁ ଏକ କାର୍ରେ ବସାଇ ଗୋଠପାଟଣା-ମଳିପଡ଼ା ରୋଡ୍ ଅଭିମୁଖେ ନେଇଯାଇଥିଲେ। ଏକ ନିଛାଟିଆ ସ୍ଥାନରେ ତାଙ୍କ ହାତଗୋଡ଼ ବାନ୍ଧି ବିଭିନ୍ନ ମାରଣାସ୍ତ୍ର ଓ ଠେଙ୍ଗାରେ ଆକ୍ରମଣ କରିଥିଲେ। ଗଲାବେଳେ ଜୟନ୍ତଙ୍କ ପାଖରେ ଥିବା ୮୬୦୦ ଟଙ୍କା ମଧ୍ୟ ନେଇଯାଇ ରାସ୍ତା କଡ଼ରେ ଫୋପାଡ଼ି ଷଧି ଚାଲିଯାଇଥିଲେ।
ଆହତ ଜୟନ୍ତ ରାସ୍ତା କଡ଼ରେ ଛଟପଟ ହେଉଥିବା ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ଭରତପୁର ଥାନା ପୁଲିସ ଜୟନ୍ତଙ୍କୁ ମେଡିକାଲ ନେଇଥିଲା। ଥାନାରେ ଅଭିଯୋଗ ପରେ ପୁଲିସ ତଦନ୍ତ ଜାରି ରଖିଥିବା ବେଳେ ଆଜି ସକାଳୁ ଅଭିଯୁକ୍ତ ଆଶୁତୋଷକୁ ବରମୁଣ୍ଡା ରୁଚିକା ମର୍କେଟ୍ ନିକଟରୁ କାବୁ କରିଥିଲା। ଏହି ମାମଲାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତମାନେ ଖୁବ୍ ଶୀଘ୍ର ଧରାପଡ଼ିବେ ବୋଲି ପୁଲିସ କହିଛି।