ଭୁବନେଶ୍ୱର: ସ୍ମାର୍ଟଫୋନ୍ ନାହିଁ ବୋଲି ହୋଇପାରୁନି ‘ବସ୍ ପାସ୍’ ନବୀକରଣ। ଫଳରେ ତିନି ମାସ ହେଲାଣି ଯାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି। ରାଜଧାନୀ, ଉପକଣ୍ଠବର୍ତ୍ତୀ ଅଞ୍ଚଳ ଓ ପଡ଼ୋଶୀ ଜିଲ୍ଲାକୁ ନିୟମିତ ଯାତାୟାତ କରୁଥିବା ଯାତ୍ରୀମାନଙ୍କ ପାଇଁ କ୍ରୁଟ୍ ପକ୍ଷରୁ ମାସିକ ‘ବସ୍ ପାସ୍’ ବ୍ୟବସ୍ଥା ହୋଇଥିଲା। ଯାତ୍ରୀମାନେ ‘ବସ୍ ଆପ୍’ରେ ଅନ୍ଲାଇନ୍ରେ ନଚେତ୍ ମାଷ୍ଟରକ୍ୟାଣ୍ଟିନ ବସ୍ ଡିପୋରେ ଯାଇ ପାସ୍ ଆଣିବା ସହିତ ନବୀକରଣ କରିପାରୁଥିଲେ। ହେଲେ ଗତ ତିନିମାସ ହେବ ବସ୍ଷ୍ଟାଣ୍ଡରେ ପାସ୍ ନବୀକରଣ ହେଇପାରୁନଥିବାରୁ ଯାତ୍ରୀମାନେ ହଇରାଣ ହେଉଛନ୍ତି।
କ୍ରୁଟ୍ ପକ୍ଷରୁ ନିୟମିତ ଯାତ୍ରୀଙ୍କ ପାଇଁ ଦୁଇ ପ୍ରକାରର ପାସ୍ ବ୍ୟବସ୍ଥା ହୋଇଛି। ‘ମ୍ୟାଜିକ୍ ପାସ୍’ରେ ଭୁବନେଶ୍ୱର, କଟକ, ଖୋର୍ଦ୍ଧା, ଜଟଣୀ, ପିପିଲି ପର୍ଯ୍ୟନ୍ତ ଯାତାୟାତ ପାଇଁ ବିନା ଏସିରେ ମାସିକ ୧୧୦୦ ଶହ ଟଙ୍କା ଥିବା ବେଳେ ଏସି ବସ୍ରେ ୧୫୦୦ ଶହ ଟଙ୍କା ଦେବାକୁ ପଡ଼ୁଛି। ସେହିପରି ସାଧାରଣ ପାସ୍ ବ୍ୟବସ୍ଥାରେ ରାଜଧାନୀ ସମେତ ଖୋର୍ଦ୍ଧା ଜିଲ୍ଲା ଗୋହିରା, ନନ୍ଦନକାନନ, ଉତ୍ତରା ଆଦି ପର୍ଯ୍ୟନ୍ତ ଯାତ୍ରାର ବ୍ୟବସ୍ଥା ରହିଛି। ମାସିକ ୭୫୦ ଟଙ୍କା ଦେଇ ଏସି ବସ୍ରେ ଯାତ୍ରା କରିବାର ବ୍ୟବସ୍ଥା ରହିଥିବା ବେଳେ ୫୫୦ ଟଙ୍କା ଦେଇ କେବଳ ବିନା ଏସି ବସରେ ଯାତ୍ରା କରିପାରିବାର ବ୍ୟବସ୍ଥା ରହିଛି। ହେଲେ ବର୍ତ୍ତମାନ ଅନ୍ଲାଇନ୍ରେ ନବୀକରଣ କରିବାକୁ ପଡ଼ୁଛି। ଫଳରେ ସ୍ମାର୍ଟଫୋନ୍ ନଥିବା ଯାତ୍ରୀ ହଇରାଣରେ ପଡ଼ୁଛନ୍ତି। କେବଳ ସେତିକି ନୁହେଁ ‘ଆମ ବସ୍’ ଆପ୍ରେ ମଧ୍ୟ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହେଉଛି। ବସ୍ ଯାତୟାତ ସମୟରେ ଭୁଲ ଦେଖାଯିବା ସହିତ ଅନ୍ଲାଇନ୍ ଟିକେଟ୍ ବୁକିଂ ସମୟରେ ମଧ୍ୟ ତ୍ରୁଟି ଦେଖାଯାଉଛି। ସେହିପରି ଅଧିକାଂଶ ବସ୍ଷ୍ଟାଣ୍ଡରେ ଡିସ୍ପ୍ଲେ ବୋର୍ଡ ଓ ରୁଟ୍ ମ୍ୟାପ୍ ନଷ୍ଟ ହୋଇଗଲାଣି। କ୍ରୁଟ୍ର ଜଣେ ଅଧିକାରୀଙ୍କ କହିବା ଅନୁଯାୟୀ ସବୁ କ୍ଷେତ୍ରରେ ଡିଜିଟାଲକୁ ଗୁରୁତ୍ୱ ଦିଆଯାଉଥିବାରୁ ଆଗକୁ ଏଟିଏମ୍ କାର୍ଡ଼ ଭଳି ଡିଜିଟାଲ ପାସ୍ କରାଯିବ। ନୂଆ ଡିଜିଟାଲ କାର୍ଡରେ ରେଜିଷ୍ଟ୍ରେସନ୍ ନମ୍ବର, ଫୋନ୍ନମ୍ବର ସହ ୟୁଜର କଣ୍ଟାକ୍ଟ ନମ୍ବର ଉପଲବ୍ଧ ହେବ। ଏହି କାର୍ଡ ପାଇଁ ସମୟ ଲାଗିବ। ଯାନ୍ତ୍ରିକ ତ୍ରୁଟିଗୁଡ଼ିକର ସମାଧାନ କରାଯାଉଛି। ବସ୍ଷ୍ଟାଣ୍ଟ୍ଗୁଡ଼ିକର ମରାମତି ଚାଲିଛି ବୋଲି ସେ କହିଛନ୍ତି।
ସ୍ମାର୍ଟଫୋନ୍ ନାହିଁ, ହୋଇପାରୁନି ‘ବସ୍ ପାସ୍’ ନବୀକରଣ
ସ୍ମାର୍ଟଫୋନ୍ ନାହିଁ ବୋଲି ହୋଇପାରୁନି ‘ବସ୍ ପାସ୍’ ନବୀକରଣ। ଫଳରେ ତିନି ମାସ ହେଲାଣି ଯାତ୍ରୀମାନେ ହନ୍ତସନ୍ତ ହେଉଛନ୍ତି। ରାଜଧାନୀ, ଉପକଣ୍ଠବର୍ତ୍ତୀ ଅଞ୍ଚଳ ଓ ପଡ଼ୋଶୀ ଜିଲ୍ଲାକୁ ନିୟମିତ ଯାତାୟାତ କରୁଥିବା...
/sambad/media/media_files/2025/08/15/untitled-8-2025-08-15-08-28-22.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)