ବିନା ୱେ-ବିଲ୍‌ରେ ଆସୁଛି ମାଲ୍‌ : ବସ୍‌ ଜବତ କଲା କେନ୍ଦ୍ରୀୟ ସୀମା ଶୁଳ୍କ ବିଭାଗ

ଭୁବନେଶ୍ୱର : କେନ୍ଦ୍ରୀୟ ପରୋକ୍ଷ ଟିକସ ଓ ସୀମା ଶୁଳ୍କ ବୋର୍ଡର ନିବାରଣ ବିଭାଗ ଆଜି ଆଉ ଗୋଟିଏ ବସ୍‌କୁ ଅଟକ ରଖିଛି। ବିନା ଇ-ୱେ ବିଲ୍‌ରେ କୋଲକାତାରୁ ଭୁବନେଶ୍ବର ମାଲ ଆସୁଥିବା ଖବର ପାଇ ବରିଷ୍ଠ ଅଧିକାରୀମାନେ ଚଢ଼ଉ କରି ବରମୁଣ୍ଡା ବସ୍‌ଷ୍ଟାଣ୍ଡରୁ ଏହି ବସ୍‌ଟିକୁ ଧରିଛନ୍ତି। ଏହି ଯାତ୍ରୀବାହି ବସ୍‌ରେ କପଡ଼ା ଓ ଗ୍ରୋସରି ସାମଗ୍ରୀ କୋଲକାତାରୁ ଭୁବନେଶ୍ବର ଆସୁଥିଲା। ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପ୍ରବର୍ତ୍ତନ ଅଧିକାରୀମାନେ ଚଢ଼ଉ କରିଥିଲେ। ଚଢ଼ଉ ବେଳେ ଅଧିକାଂଶ ସାମଗ୍ରୀର ଇ-ୱେ ବିଲ୍‌ ନଥିଲା। ସତ୍‌ସଙ୍ଗ ବିହାରସ୍ଥିତ କାର୍ଯ୍ୟାଳୟରେ ବସ୍‌କୁ ରଖାଯାଇଛି। ପ୍ରାଥମିକ ପର୍ଯ୍ୟାୟରେ ହୋଇଥିବା ଯାଞ୍ଚରେ ପାଖାପାଖି ୫୦ ହଜାର ଟଙ୍କାର ଶୁଳ୍କ ଠକେଇ କରାଯାଇଥିବା ଜଣାପଡ଼ିଛି। ଗତ ୧୫ ତାରିଖ ଦିନ ସମ୍ପୃକ୍ତ ଅଧିକାରୀମାନେ ଏଭଳି ଢଙ୍ଗରେ ଶୁଳ୍କ ଠକି ମାଲ୍‌ ଆସୁଥିବା ବସ୍‌କୁ ଜବତ କରିଥିଲେ। କ୍ରମାଗତ ଭାବରେ ଏଭଳି ଚଢ଼ଉ ଜାରି ରହିବ ବୋଲି ଅଧିକାରୀମାନେ କହିଛନ୍ତି।

ସମ୍ବନ୍ଧିତ ଖବର