ବେକରେ ରଶି ଲଗାଇ ବ୍ୟବସାୟୀଙ୍କ ଆତ୍ମହତ୍ୟା

ଖଣ୍ଡଗିରି: ଶନିବାର ଅପରାହ୍ଣ ପ୍ରାୟ ସାଢ଼େ ୧୨ଟାବେଳେ ସ୍ଥାନୀୟ ବିଡିଏ ପାର୍କ ଅଞ୍ଚଳରେ ରହୁଥିବା ଜଣେ ବ୍ୟବସାୟୀ ଆତ୍ମହତ୍ୟା କରିଛନ୍ତି। ସେ ହେଲେ କଟକ ବାଙ୍କୀ ଅଞ୍ଚଳର ନିରଂଜନ ପଣ୍ଡା(୫୫)। ଘରୋଇ ଝଗଡ଼ାକୁ କେନ୍ଦ୍ର କରି ସେ ଆତ୍ମହତ୍ୟା କରିଥିବା ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ଶବ ବ୍ୟବଚ୍ଛେଦ କରି ପୁଲିସ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହ ଅଧିକ ତଦନ୍ତ ଜାରି ରଖିଛି। ସୂଚନାନୁସାରେ ନିରଂଜନ ଖଣ୍ଡଗିରି ବଜାରରେ ଏକ ପାନ ଦୋକନ କରି ଗୁଜୁରାଣ ମେଣ୍ଟାଉଥିଲେ। କୌଣସି କାରଣରୁ ଆଜି ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ଲାଗିଥିଲା। ମାତ୍ର ଏହି ସାମାନ୍ୟ ଘରୋଇ ଝଗଡ଼ାକୁ କେହି ଗୁରୁତ୍ବ ଦେଇ ନଥିଲେ। ସାଢ଼େ ୧୨ଟାବେଳକୁ ସ୍ତ୍ରୀ ଓ ୨ ପୁଅ ଘରକୁ ଫେରି ନିରଂଜନଙ୍କୁ ଫ୍ୟାନ୍‌‌ରେ ଝୁଲୁଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ସେମାନେ ତାଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ଭୁବନେଶ୍ବର ଏମ୍‌ସରେ ଭର୍ତି କରିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର