ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାରେ ବ୍ୟବସାୟ ୫ କୋଟି ଛୁଇଁଲା

ଭୁବନେଶ୍ବର : ଓଡ଼ିଶା ସରକାରଙ୍କ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଆୟୋଜିତ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳାରେ ବ୍ୟବସାୟ ୫ କୋଟି ଛୁଇଁଛି। ଓଡ଼ିଶା ସମେତ ୨୪ଟି ରାଜ୍ୟର ବୁଣାକାର ଓ କାରିଗରମାନଙ୍କ ପଥର ଓ କାଠ ଖୋଦେଇ କାରୁକାର୍ଯ୍ୟ, ପଥର ବାସନ, କଂସା ଓ ପିତ୍ତଳ, ପଟ୍ଟଚିତ୍ର, ବେତ ଓ ବାଉଁଶକାମ, ସବାଇ ଘାସରେ ତିଆରି ଘର ସାମଗ୍ରୀ, ଟେରାକୋଟା ସାମଗ୍ରୀ ଆଦି ଲୋକଙ୍କୁ ଆକୃଷ୍ଟ କରୁଛି। ସେହିଭଳି ରାଜ୍ୟର ହସ୍ତତନ୍ତ ଲୁଗା, ଡ୍ରେସ୍ ମ୍ୟାଟେରିଆଲ୍ ଏବଂ ଭଗାମୁଣ୍ଡା ଟସର ବସ୍ତ୍ରରେ ମଧ୍ୟ ଗ୍ରାହକଙ୍କ ଭିଡ଼ ଜମୁଛି। ୮ରୁ ୯ ଦିନ ମଧ୍ୟରେ ମେଳାରେ ୫ କୋଟି ଟଙ୍କା ବ୍ୟବସାୟ ଛୁଇଁଥିବାରୁ ଏହା ପୂର୍ବ ପରି ନିର୍ଦ୍ଧାରିତ ତାରିଖ ଅର୍ଥାତ୍ ଫେବ୍ରୁଆରି ୪ ତାରିଖ ସୁଦ୍ଧା ୧୦ କୋଟି ବ୍ୟବସାୟ ଛୁଇଁବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର