୧୬.୯ ଲକ୍ଷ ଟଙ୍କା ଠକି ବ୍ୟବସାୟୀ ଗିରଫ

ଭୁବନେଶ୍ବର : ଅଧିକ ଲାଭର ମୋହ ଦେଖାଇ ବ୍ୟବସାୟରେ ପୁଞ୍ଜି ଲଗାଇବାକୁ କହି ପଡ଼ୋଶୀଙ୍କୁ ୧୬.୯ ଲକ୍ଷ ଟଙ୍କାର ଚୁନ ଲଗାଇଥିବା ଅଭିଯୋଗରେ ବଡ଼ଗଡ଼ ଥାନା ପୁଲିସ ଜଣେ ବ୍ୟବସାୟୀଙ୍କୁ ଗିରଫ କରିଛି। ଅଭିଯୁକ୍ତ ତେଜରାତି ବେପାରୀ ହେଲେ ପୁରୁଣା ଭୁବନେଶ୍ବର ଅଞ୍ଚଳର ଚିତ୍ତରଞ୍ଜନ ସାମଲ।

ପୁଲିସ ସୂଚନାନୁସାରେ ମା’ ଗୌରୀ ଟ୍ରେଡର୍ସ ନାମରେ ଚିତ୍ତରଞ୍ଜନଙ୍କର ଏକ ଗ୍ରୋସୋରି ହୋଲସେଲ୍ ବ୍ୟବସାୟ ରହିଛି। ଅଭିଯୋଗକାରୀ ଶିବ କୁମାର ମହାପାତ୍ର ଓ ଚିତ୍ତରଞ୍ଜନ ଟଙ୍କପାଣି ରୋଡ୍ ଗତିକୃଷ୍ଣ ଭିଲ୍ଲାରେ ପଡ଼ୋଶୀ ଭାବେ ରୁହନ୍ତି। ବ୍ୟବସାୟ ବଢ଼ାଇବା ପାଇଁ ତାଙ୍କ ହୋଲସେଲ୍ ବ୍ୟବସାୟରେ ଟଙ୍କା ବିନିଯୋଗ କରିବା ପାଇଁ ଚିତ୍ତରଞ୍ଜନ ଶିବଙ୍କୁ କହିଥିଲେ। ଅଧିକ ଲାଭର ଲୋଭ ଦେଖାଇଥିଲେ। ପଡ଼ୋଶୀ ବୋଲି ଶିବ ତାଙ୍କୁ ବିଶ୍ବାସ କରି ବିଭିନ୍ନ ସମୟରେ ୧୬ ଲକ୍ଷ ୯୦ ହଜାର ଟଙ୍କା ଦେଇଥିଲେ। କିନ୍ତୁ ଲାଭ କଥା ଦୂରେ ଥାଉ, ଚିତ୍ତରଞ୍ଜନ ତାଙ୍କୁ ମୂଳ ଟଙ୍କା ବି ଫେରସ୍ତ କରୁନଥିଲେ। ଟଙ୍କା ଫେରସ୍ତ ମାଗିବାରୁ ଚିତ୍ତରଞ୍ଜନ ପାଲଟା ଶିବଙ୍କୁ ବିଭିନ୍ନ ଧମକଚମକ ଦେଇଥିଲେ ବୋଲି ସେ ବଡ଼ଗଡ଼ ଥାନାରେ ଅଭିଯୋଗ କରିଥିଲେ।

ସମ୍ବନ୍ଧିତ ଖବର