ଭୁବନେଶ୍ବର : ଶୁକ୍ରବାର ବିଳମ୍ବିତ ରାତିରେ ନୂଆପଲ୍ଲୀ ଏନ୍‌-୧ ଅଞ୍ଚଳ‌ରେ ଘଟିଥିବା ଅପହରଣ ଉଦ୍ୟମ ଘଟଣାର ଅଭିଯୁକ୍ତମାନେ ଚିହ୍ନଟ ହୋଇଛନ୍ତି। ସିସିଟିଭି କ୍ୟାମେରାରେ ଅପହର୍ତ୍ତାଙ୍କ କାରନାମା କଏଦ୍‌ ହୋଇଛି। ସମସ୍ତ ଅପହର୍ତ୍ତା ଅଭ୍ୟାସଗତ ଅପରାଧୀ ଓ ଖୁବ୍‌ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଡିସିପି ଅନୁପ କୁମାର ସାହୁ କହିଛନ୍ତି। ତଦନ୍ତ ବେଳେ ଅନେକ ତଥ୍ୟ ମଧ୍ୟ ପଦାକୁ ଆସିଛି। ଅପହର୍ତ୍ତାମାନେ ଶିବସୁନ୍ଦରଙ୍କ ପାରିବାରିକ କିମ୍ବା ବ୍ୟାବସାୟିକ ଶତ୍ରୁ ନୁହନ୍ତି, ବରଂ ଅପହରଣ ପରେ ମୋଟା ଅଙ୍କର ଅର୍ଥ ଆଦାୟ କରିବା ପାଇଁ ଯୋଜନା ଥିବା ପ୍ରାଥମିକ ତଦନ୍ତରେ ଜଣାପଡ଼ିଛି।

Advertisment

ସୂଚନାଯୋଗ୍ୟ, ଶୁକ୍ରବାର ବିଳମ୍ବିତ ରାତିରେ ଶିବସୁନ୍ଦର ନିଜ କାର୍‌ରେ ଶୋଇଥିବା ବେଳେ ତାଙ୍କୁ ଅପହରଣ ଉଦ୍ୟମ କରାଯାଇଥିଲା। ଦୁର୍ବୃତ୍ତମାନେ ବନ୍ଧୁକ ଦେଖାଇ ତାଙ୍କୁ ଭୟଭୀତ କରାଇବା ସହ ଏକ ଇନୋଭା କାର୍‌ରେ ନେଇ ଯାଇଥିଲେ। ତେବେ ବାଣୀବିହାର ଓଭରବ୍ରିଜ୍‌ ଅତିକ୍ରମ କରୁଥିବା ବେଳେ ଏମ୍‌ଭିଆଇ ଗାଡ଼ି ଚେକିଂ ଦେଖି ଅପହରଣକାରୀମାନେ ହଡ଼ବଡ଼େଇ ଯାଇଥିଲେ। ସେମାନେ କାର୍‌କୁ ବିପରୀତ ଦିଗକୁ ବୁଲାଇବାକୁ ଚେଷ୍ଟା କରୁଥିବା ବେଳେ ଏକ ଟ୍ରକ୍‌ ତାଙ୍କ କାର୍‌କୁ ଧକ୍କା ଦେଇଥିଲା। ଧରାପଡ଼ିଯିବା ଭୟରେ ଦୁର୍ବୃତ୍ତମାନେ ସେଠାରେ ଗାଡ଼ି ଛାଡ଼ି ଚମ୍ପଟ ମାରିଥିଲେ।