ଭୁବନେଶ୍ବର/ ପୁରୁଣା ଭୁବନେଶ୍ବର: ଜଣେ ବ୍ୟବସାୟୀଙ୍କୁ ହତ୍ୟା ପରେ କେନାଲ୍ରେ ଫିଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଏୟାରଫିଲ୍ଡ ଥାନା ସରକନ୍ତରା ରୋଡ୍ର ଦୟାୱେଷ୍ଟ କେନାଲରେ। ମୃତ ବ୍ୟବସାୟୀ ଜଣଙ୍କ ହେଲେ ଖଣ୍ଡଗିରି ଥାନା ବାହାଦଲପୁର ଅଞ୍ଚଳର ଜ୍ୟୋତିରଂଜନ ବେହେରା(୩୪)। ଏୟାରଫିଲ୍ଡ ଥାନା ପୁଲିସ ମୃତଦେହ ଓ ବାଇକ୍କୁ ଜବତ କରିଛି। ତେବେ ଜ୍ୟୋତିରଂଜନଙ୍କୁ କିଏ ହତ୍ୟା କଲା? କାହିଁକି ହତ୍ୟା କଲା? ହତ୍ୟା ପଛର କାରଣ କ’ଣ? ତାହା ଏବେ ବି ଅସ୍ପଷ୍ଟ ରହିଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ପୁଲିସ ଆଖାପାଖ ଅଞ୍ଚଳରେ ଥିବା ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି। ଅପରପକ୍ଷେ ସୁଧ କାରବାରକୁ ନେଇ ଯୁବକଙ୍କୁ ହତ୍ୟା କରାଯାଇଥିବା ନେଇ ଅଞ୍ଚଳରେ ଚର୍ଚ୍ଚା ହେଉଛି।
ସୂଚନା ମୁତାବକ, ଜ୍ୟୋତିରଂଜନଙ୍କର ୟୁନିଟ୍-୨ ଅଞ୍ଚଳରେ ଏକ ତେଜରାତି ଦୋକାନ ରହିଛି। ସବୁଦିନ ଭଳି ରବିବାର ଦିନ ମଧ୍ୟ ସେ ଦୋକାନକୁ ଆସିଥିଲେ। ରାତି ସାଢ଼େ୧୦ଟାରେ ଘରକୁ ଫେରିବା କଥା। ହେଲେ ସେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ଫେରିନଥିଲେ। ତାଙ୍କ ଫେରିବାରେ ବିଳମ୍ବ ହେବାରୁ ପରିବାରଲୋକ ଫୋନ୍ କରିଥିଲେ। ହେଲେ ସେ ଫୋନ୍ର ଜବାବ ଦେଇନଥିଲେ। ତେଣୁ ଜ୍ୟୋତିରଂଜନଙ୍କ ସାଙ୍ଗସାଥୀଙ୍କୁ ଫୋନ୍ କରିଥିଲେ। ସେମାନେ ମଧ୍ୟ ତାଙ୍କ ସମ୍ପର୍କରେ କିଛି କହିପାରିନଥିଲେ। ବିଳମ୍ବିତ ରାତି ପର୍ଯ୍ୟନ୍ତ ତାଙ୍କର ଖୋଜଖବର ନମିଳିବାରୁ ଜ୍ୟୋତିରଂଜନଙ୍କ ବଡ଼ଭାଇ ବିଶ୍ବରଂଜନ ଖଣ୍ଡଗିରି ଥାନାରେ ନିଖୋଜ ଅଭିଯୋଗ କରିଥିଲେ। ଆଜି ଅର୍ଥାତ୍ ସୋମବାର ସକାଳ ପ୍ରାୟ ୬ଟା ସମୟରେ ଏୟାରଫିଲ୍ଡ ଥାନା ପୁଲିସକୁ ଖବର ମିଳିଥିଲା ଯେ ଜଣେ ଯୁବକଙ୍କ ମୃତଦେହ ସରକନ୍ତରା କେନାଲ୍ରେ ପଡ଼ିଛି। ମୃତଦେହଠାରୁ କିଛି ଦୂରରେ ଏକ ବାଇକ୍ ପଡ଼ିଛି। ଏୟାରଫିଲ୍ଡ ଥାନା ପୁଲିସ ଓ ସାଇଣ୍ଟିଫିକ୍ ଟିମ୍ ସେଠାରେ ପହଞ୍ଚି ମୃତଦେହ ଜବତ କରିଥିଲା। ଯୁବକ ଜଣଙ୍କ ଜ୍ୟୋତିରଂଜନ ବୋଲି ଚିହ୍ନଟ ପରେ ପରିବାର ଲୋକଙ୍କୁ ଖବର ଦିଆଯାଇଥିଲା। ଘରଲୋକ ଆସିବା ପରେ ମୃତହେଦ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ୍ ହସ୍ପିଟାଲ୍ ପଠାଯାଇଥିଲା। ଏନେଇ ଏୟାରଫିଲ୍ଡ ଥାନାରେ ଜ୍ୟୋତିରଂଜନଙ୍କ ବଡ଼ଭାଇ ବିଶ୍ବରଂଜନ ହତ୍ୟା ଅଭିଯୋଗ କରିବା ପରେ ପୁଲିସ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଛି। ଜ୍ୟୋତିରଞ୍ଜନଙ୍କ ବାଇକ୍ଟି ଲକ୍ ଥିବାରୁ ହତ୍ୟା ସନ୍ଦେହ ବଢ଼ିଛି। ଜ୍ୟୋତିରଞ୍ଜନ କିଛି ଲୋକଙ୍କୁ ଟଙ୍କା ସୁଧରେ ଦେଇଥିଲେ। ତେଣୁ ଟଙ୍କା ଫେରାଇବାକୁ ଜ୍ୟୋତିରଞ୍ଜନ ସେମାନଙ୍କୁ କହୁଥିଲେ। ତେବେ ଏ ସମ୍ପର୍କରେ ପୁଲିସ ପରିବାର ଲୋକଙ୍କୁ ପଚରାଉଚରା କରୁଛି। କୌଣସି ଯୁବକଙ୍କୁ ଟଙ୍କା ମାଗିବାରୁ ଗଣ୍ଡଗୋଳ ଘଟି ହତ୍ୟା ହୋଇଥାଇ ପାରେ ବୋଲି ପୁଲିସ ସନ୍ଦେହ କରୁଛି। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଘଟଣାର ପ୍ରକୃତ ସତ୍ୟ ପଦାକୁ ଆସିବ ବୋଲି ପୁଲିସ କହିଛି।
ବ୍ୟବସାୟୀଙ୍କୁ ହତ୍ୟା କରି କେନାଲ୍ରେ ଫିଙ୍ଗିଦେଲେ
ଜଣେ ବ୍ୟବସାୟୀଙ୍କୁ ହତ୍ୟା ପରେ କେନାଲ୍ରେ ଫିଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି। ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଏୟାରଫିଲ୍ଡ ଥାନା ସରକନ୍ତରା ରୋଡ୍ର ଦୟାୱେଷ୍ଟ କେନାଲରେ। ମୃତ........
/sambad/media/media_files/2025/08/12/untitled-5-2025-08-12-06-42-15.jpg)