ବିୱାଇଜେଡି ଭୁବନେଶ୍ବର ଜିଲ୍ଲା ସାଙ୍ଗଠନିକ କମିଟି: ଚୟନ ହେଲେ ୬ ଉପସଭାପତି ଓ ସଂପାଦକ

ସାଧାରଣ ସଂପାଦକ ଅରୁଣ କୁମାର ମହାନ୍ତି

ଭୁବନେଶ୍ବର: ବିଜୁ ଯୁବ ଜନତା ଦଳର ଭୁବନେଶ୍ବର ଜିଲ୍ଲା ସାଙ୍ଗଠନିକ କମିଟିରେ ଉପସଭାପତି ଓ ସଂପାଦକ ପାଇଁ ୬ ଜଣଙ୍କୁ ଚୟନ କରାଯାଇଛି। ବିଵାଇଜେଡିର ସଭାପତି ତଥା ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ ଓ ସାଧାରଣ ସଂପାଦକ ତଥା ଧର୍ମଶାଳା ବିଧାୟକ ପ୍ରଣବ କୁମାର ବଳବନ୍ତରାୟଙ୍କ ଅନୁମୋଦନ କ୍ରମେ ଏହି ପଦବି ସ୍ଥିର କରାଯାଇଛି। ଉପସଭାପତି ପଦବି ପାଇଁ ନଳିନୀକାନ୍ତ ପଣ୍ଡା, ରାଜେଶ ପାତ୍ର, ମନୋରଂଜନ ଦାସ, ମାଧବ ରାଉତ, ବିଘ୍ନତାଜ୍ ମହାରଣା, ଅଲିଅଳି ମଲିକ୍‌ଙ୍କୁ ମନୋନୀତ କରାଯାଇଛି। ସେହିଭଳି ସାଧାରଣ ସଂପାଦକ ପାଇଁ ସୂର୍ଯ୍ୟକାନ୍ତ ଜେନା, ଗଣେଶ୍ବର ସାହୁ, ଆଲୋକ ଛୋଟରାୟ, ଅରୁଣ କୁମାର ମହାନ୍ତି, ଗଗନ ପଣ୍ଡା, କାଳୀ ସିଂହଙ୍କୁ ଚୟନ କରାଯାଇଛି।

ସମ୍ବନ୍ଧିତ ଖବର