ଖଣ୍ଡଗିରି : ସିଭିରମଣ କଲେଜ ଅପ୍ ଇଂଜିନିୟରିଂକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବାକୁ ରାଜ୍ୟ ସରକାର ଅନୁମୋଦନ ପ୍ରଦାନ କରିଛନ୍ତି। ଏକ ଉଚ୍ଚ କ୍ଷମତା ସମ୍ପନ୍ନ କମିଟି କଲେଜର ବିଭିନ୍ନ ଦିଗ ଉପରେ ରିପୋର୍ଟ ପ୍ରଦାନ କରିବା ପରେ ଉଚ୍ଚ ଶିକ୍ଷା ବିଭାଗ ଏହି ନିଷ୍ପତ୍ତି ନେଇଥିବା ସୂଚନା ମିଳିଛି। ଉଚ୍ଚ କ୍ଷମତା ସମ୍ପନ୍ନ କିମଟିର ସୁପାରିସକ୍ରମେ ସରକାର ଏହି ଅନୁମୋଦନ ପ୍ରଦାନ କରିଛନ୍ତି। ଆସନ୍ତା ଶୀତକାଳୀନ ବିଧାନସଭା ଅଧିବେଶନରେ ଦକ୍ଷତା ବିକାଶ ଓ ବୈଷୟିକ ବିଭାଗ ପକ୍ଷରୁ ଏଥିପାଇଁ ଏକ ବିଲ୍ ଆଗତ କରାଯିବ ବୋଲି ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି। ଏ ନେଇ ଉଚ୍ଚ ଶିକ୍ଷା ବିଭାଗର ଅତିରିକ୍ତ ସଚିବ ପିକେ ଦାସଙ୍କ ସହ ଯୋଗାଯୋଗ କରିବାରୁ ସେ ସିଭିରମଣ କଲେଜ୍ ଅଫ୍ ଇଂଜିନିୟରିଂକୁ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇଁ ଅନୁମୋଦନ କରାଯାଇଥିବା ସ୍ୱୀକାର କରିଥିଲେ।
ସିଭି ରମଣ କଲେଜକୁ ବିଶ୍ୱବିଦ୍ୟାଳୟ ମାନ୍ୟତା
/sambad/media/post_attachments/wp-content/uploads/2017/09/cv-raman.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)