ଭୁବନେଶ୍ୱର : ଆଜି ରାତି ପ୍ରାୟ ୧୧ଟା ୩୦ ସମୟରେ ଝାରପଡ଼ା ଓଭରବ୍ରିଜ୍ ନିକଟ ଏକ ଇଲେକ୍ଟି୍ର ସବ୍-ଷ୍ଟେସନ୍ ପାଖରେ ଅଗ୍ନିକାଣ୍ଡ ଘଟି ଗୋଟିଏ ଗଦି ସିଲେଇ ଦୋକାନ ଓ ୨ଟି ବାଇକ୍ ସଂପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିକାଣ୍ଡର କାରଣ ଜଣା ପଡ଼ି ନଥିଲା ବେଳେ ବିଦ୍ୟୁତ ସର୍ଟ ସର୍କିଟ୍ରୁ ଏପରି ଅଗ୍ନିକାଣ୍ଡ ଘଟିଥିବା କୁହାଯାଉଛି। କେବିନ୍ଟି ହୁତୁହୁତୁ ହୋଇ ଜଳୁଥିବା ଦେଖି ନିକଟସ୍ଥ କିଛି ଲୋକ ଓ ବାଟୋଇ ପିସିଆର୍କୁ ଖବର ଦେଇଥିଲେ। ପିସିଆର୍ଠାରୁ ଖବର ପାଇ ଅଗ୍ନିଶମ ବିଭାଗ କର୍ମଚାରୀ ନିଆଁକୁ ଆୟତ୍ତ କରିଥିଲେ। ତେବେ ଅଗ୍ନିକାଣ୍ଡରେ କେତେ କ୍ଷୟକ୍ଷତି ହୋଇ ତାହା ଜଣାପଡ଼ି ନାହିଁ।
ଜଳିଗଲା କେବିନ୍, ୨ ବାଇକ୍
/sambad/media/post_attachments/wp-content/uploads/2018/06/kabin-fire.jpg)