ଭୁବନେଶ୍ବର: ଯୋଗ୍ୟତା ନଥାଇ ଏମ୍ସ ଭୁବନେଶ୍ବରରେ ୭ ଜଣ ସହଯୋଗୀ ପ୍ରଫେସର ଏବଂ ଜଣେ ସହକାରୀ ପ୍ରଫେସରଙ୍କୁ ନିଯୁକ୍ତି ଦିଆଯାଇଥିବା ନେଇ ସିଏଜି ପ୍ରଶ୍ନ ଉଠାଇଛନ୍ତି। ଏନଡିଟିଭିରେ ପ୍ରସାରିତ ଏହି ରିପୋର୍ଟ ଅନୁଯାୟୀ, ୨୦୧୮ ମସିହାର ପ୍ରଧାନମନ୍ତ୍ରୀ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନାର ସମୀକ୍ଷା କରିଥିଲେ ସିଏଜି।
ଏଥିରେ ୮୪ଟି ନିଯୁକ୍ତି ସଂକ୍ରାନ୍ତୀୟ ମାମଲାର ସମୀକ୍ଷା ବେଳେ ଭୁବନେଶ୍ବର ଏମ୍ସର ଏହି ଅନିୟମିତତା ପଦାରେ ପଡ଼ିଛି। ଏଥିସହିତ ସେଣ୍ଟ୍ରାଲ ହେଲ୍ଥ ସର୍ଭିସ ଜରିଆରେ ଡାକ୍ତର ନିଯୁକ୍ତି ପ୍ରକ୍ରିୟାକୁ ମଧ୍ୟ ପ୍ରଶ୍ନ କରାଯାଇଛି।