ଚନ୍ଦ୍ରଶେଖରପୁର: ବିଏମ୍ସି ୧ ଓ ୨ ନମ୍ବର ୱାର୍ଡକୁ ନିଶା ଓ ଡେଙ୍ଗୁ ମୁକ୍ତ କରିବା ପାଇଁ ୱାର୍ଡବାସୀ ଅଣ୍ଟା ଭିଡ଼ିଛନ୍ତି। କମିସନରେଟ ପୁଲିସ ସହାୟତାରେ ଉକ୍ତ ଦୁଇ ୱାର୍ଡରେ ‘ନିଶା ଔଷଧକୁ ନା ଓ ସୁସ୍ଥ ଜୀବନକୁ ହଁ’ ନାମରେ ଆଜି ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ୧ ନମ୍ବର ୱାର୍ଡ କର୍ପୋରେଟର ମିହିର କୁମାର ରାଉତ ଓ ୨ ନମ୍ବର ୱାର୍ଡ କର୍ପୋରେଟର ମୋନାଲିସା ବେହେରାଙ୍କ ନେତୃତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କମିସନରେଟ୍ ପୁଲିସ ଜୋନ୍-୬ ଏସିପି ରମେଶ ଚନ୍ଦ୍ର ବିଶୋଇ, ଚନ୍ଦ୍ରଶେଖରପୁର ଆଇଆଇସି ପ୍ରଦୀପ ରାଉତ, ଇନଫୋସିଟି ଆଇଆଇସି ସମିତା ମିଶ୍ର ପ୍ରମୁଖ ଯୋଗଦେଇ ଲୋକଙ୍କୁ ସଚେତନ କରାଇଥିଲେ।
ସେହିପରି ବର୍ଷା ଦିନକୁ ଆଖିରେ ରଖି ଦୁଇ କର୍ପୋରେଟରଙ୍କ ସମେତ ୱାର୍ଡର ସରକାରୀ କର୍ମଚାରୀମାନେ ବିଭିନ୍ନ ସ୍ଥାନରେ ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ ଜାରି ରଖିଛନ୍ତି। ପ୍ରଶାନ୍ତି ବିହାରର ଅଗ୍ରଣୀ ସ୍ବେଚ୍ଛାସେବୀ ସଙ୍ଗଠନ ‘ଦି କ୍ଲବ’ର ସଦସ୍ୟମାନେ ଉକ୍ତ ଦୁଇ ୱାର୍ଡରେ ଘରକୁ ଘର ଯାଇ ଡେଙ୍ଗୁ ସଚେତନତା କରିଛନ୍ତି। ନିଜ ଘର ଆଖପାଖକୁ ସଫା ସୁତୁରା ରଖିଲେ ସମଗ୍ର ଅଞ୍ଚଳ ଡେଙ୍ଗୁ ଦାଉରୁ ରକ୍ଷା ପାଇବ ବୋଲି ସଚେତନତା ବାର୍ତ୍ତା ମାଧ୍ୟମରେ ଜଣାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/24-15.jpg)