ଭୁବନେଶ୍ୱର: ପ୍ରେକ୍ଷାଳୟ ବର୍ଣ୍ଣନା କରୁଥିଲା ଭାରତୀୟ ସଂସ୍କୃତିର ବିବିଧତାକୁ। ଏକା ସାଙ୍ଗେ ଗୋଟିଏ ମଞ୍ଚରେ ଛତିଶଗଡ଼, ଆସାମ ଓ ରାଜସ୍ଥାନର ଲୋକକଳା ଓ ଜନଜାତି ସଂସ୍କୃତିର ଝଲକ ଦେଖିବାକୁ ମିଳିଥିଲା। ଅବସର ଥିଲା ଭାରତ ତଥା ଓଡ଼ିଶାରେ ପ୍ରଥମ ଥର ପାଇଁ ଆୟୋଜିତ ସଙ୍ଗୀତ, ନାଟକ ଓ ପାରମ୍ପରିକ ନୃତ୍ୟର କାର୍ଯ୍ୟକ୍ରମ ‘ଶ୍ରେଷ୍ଠ ଭାରତ ସଂସ୍କୃତି ସମାଗମ’। କେନ୍ଦ୍ର ସଙ୍ଗୀତ ନାଟକ ଏକାଡେମି ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମି ପକ୍ଷରୁ ରବୀନ୍ଦ୍ର ମଣ୍ଡପଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଚତୁର୍ଥ ସଂଧ୍ୟା ଆରମ୍ଭ ହୋଇଥିଲା ରାଜସ୍ଥାନର ଲାଂଗା ଓ ମାଂଗାନିଆର ସଂଗୀତରୁ। ରାଜସ୍ଥାନୀ ଲୋକସଂଗୀତର ସୁପ୍ରସିଦ୍ଧ ଗାୟକ ଅନଓ୍ଵାର୍ ଖାନ୍ ଏଥିରେ ସଂଗୀତ ପରିବେଷଣ କରିଥିଲେ। ଏହା ପରେ ଛତିଶଗଡ଼ର ବସ୍ତର ବ୍ୟାଣ୍ଡ ସଂଗୀତ ଓ ଲୋକକଳା ପରିବେଷଣ କରିଥିଲା। ଅନୁନ ରଞ୍ଜନ ପାଣ୍ଡେଙ୍କ ନେତୃତ୍ୱରେ ଏହି ନୃତ୍ୟ ପ୍ରଦର୍ଶିତ ହୋଇଥିଲା। ପରବର୍ତ୍ତୀ ପ୍ରସ୍ତୁତି ଥିଲା ଆସାମର ବିହୁ ନୃତ୍ୟ। ରଞ୍ଜତ ଗୋଗୋଇଙ୍କ ନେତୃତ୍ୱରେ ଏହା ପରିବେଷିତ ହୋଇଥିଲା। ପରେ ମଞ୍ଚସ୍ଥ ହୋଇଥିଲା ନାଟକ ‘ତୁମ୍ହାରା ଭିନ୍ସେଣ୍ଟ୍’। ଆନ୍ଧ୍ର ପ୍ରଦେଶର ରଙ୍ଗ କଳ୍ପ୍ ପକ୍ଷରୁ ସତ୍ୟବ୍ରତ ରାଉତ ଏହାର ନିର୍ଦେଶନା ଦେଇଥିଲେ।
ଅନୁଷ୍ଠାନ ପକ୍ଷରୁ ପୂର୍ବାହ୍ନରେ ଭଞ୍ଜକଳା ମଣ୍ଡପଠାରେ ‘ଲୋକକଳା ଓ ଲୋକ ସଂସ୍କୃତିର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ’ ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ଆଜିର କାର୍ଯ୍ୟକ୍ରମରେ କେନ୍ଦ୍ର ସଂଗୀତ ନାଟକ ଏକାଡେମି ଅଧ୍ୟକ୍ଷ ଶେଖର ସେନ୍, ଉପାଧ୍ୟକ୍ଷ ଅରୁଣା ସାଇରାମ, ସଚିବ ରିତା ସ୍ୱାମୀ ଚୌଧୁରୀ, ଉପସଚିବ ରାଜୁ ଦାସ ଓ ସୁରେଶ ସିଂହ ପ୍ରମୁଖ ଉପସ୍ଥିତ ଥିଲେ।
‘ଶ୍ରେଷ୍ଠ ଭାରତ ସଂସ୍କୃତି ସମାଗମ’ର ଚତୁର୍ଥ ସଂଧ୍ୟା
/sambad/media/post_attachments/wp-content/uploads/2018/07/m20-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)