ବାଲିପାଟଣା: ଦାଦାବଟି ମାଗି ଜେଲ୍ ଯାଇଥିଲା। ଜାମିନରେ ଆସି ପୁଣି ଦାଦାବଟି ମାଗିଲା ଏବଂ ମାରଣାସ୍ତ୍ର ଧରି ଗୋଡ଼ାଇଲା। ତେଣୁ ଆଜି ପୁଣି ବନ୍ଧା ହେଲା। ଏଭଳି ଅଭିଯୋଗରେ ଆଜି ବାଲିପାଟଣା ଥାନା ପୁଲିସ ମହୁଖଣ୍ଡା ଗ୍ରାମର ପ୍ରକାଶ ବେହେରା ଓରଫ୍ ବାଙ୍କା(୩୯)କୁ କୋର୍ଟ ଚାଲାଣ କରିଛି। ଜାମିନ ଖାରଜ ହେବାରୁ ତାକୁ ଝାରପଡ଼ା ଜେଲ୍ ହାଜତକୁ ପଠାଇଦିଆଯାଇଛି।
ପୁଲିସ ସୂଚନାନୁସାରେ ଚଳିତ ମାସ ୬ ତାରିଖ ଦିନ ବାଙ୍କା ପଡ଼ୋଶୀ ଶଶୀଭୂଷଣ ଦାସଙ୍କୁ ଦାଦାବଟି ମାଗିବା ସହ ଆକ୍ରମଣ କରିଥିଲା। ଏନେଇ ଅଭିଯୋଗ ହେବା ପରେ ତାକୁ ଗିରଫ କରାଯାଇଥିଲା। ଗତ ଦୁଇ ଦିନ ତଳେ ସେ ଜାମିନରେ ଆସିଥିଲା। ଆଜି ସକାଳୁ ସେ ପୁଣି ଏକ ମାରଣାସ୍ତ୍ର ଧରି ଶଶୀଭୂଷଣଙ୍କୁ ଗାଳିମନ୍ଦ କରିବା ସହ ବଟି ମାଗିଥିଲା। ଶଶୀଭୂଷଣ ମନା କରିବାରୁ ସେ ତାଙ୍କୁ ଆକ୍ରମଣ କରିବାକୁ ଗୋଡ଼ାଇଥିଲା।