ଟ୍ରାଫିକ ପୁଲିସ ଛାତିରେ ଲାଗିଥିବା ବଡି କ୍ୟାମେରା ଶୃଙ୍ଖଳା ଆଣିଛି: ଡିଜି

ଭୁବନେଶ୍ବର: ଟ୍ରାଫିକ୍ ପୁଲିସଙ୍କ ଛାତିରେ ଲାଗି ଥିବା ବଡି କ୍ୟାମେରା ଓ ଗାଡ଼ିରେ ଲାଗିଥିବା ଡ୍ୟାସ ବୋର୍ଡ କ୍ୟାମେରା ଏବେ ଟ୍ରାଫିକ ପୁଲିସ କର୍ମଚାରୀଙ୍କୁ ଅଧିକ ଶୃଙ୍ଖଳିତ କରିଛି। ଏହା କହିଛନ୍ତି ପୁଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା। ଆଜି ଡିଜି ଶ୍ରୀ ଶର୍ମା ଟୁଇଟ୍‌ କରି କହିଛନ୍ତି କି କମିସନରେଟ ପୁଲିସକୁ ପ୍ରଦାନ କରାଯାଇଥିବା ୨୪୦ଟି ବଡି କ୍ୟାମେରା ଓ ୧୬ଟି ଡ୍ୟାସ ବୋର୍ଡ କ୍ୟା‌ମେରା ଅନେକ କାମରେ ଆସୁଛି। ବିଭିନ୍ନ ଛକରେ ସୃଷ୍ଟି ହେଉଥିବା ବିଶୃଙ୍ଖଳାର ଏହା ସମାଧାନ କରି ପାରୁଛି। ଏହା ଛଡ଼ା ପୁଲିସ କର୍ମଚାରୀମାନେ ମଧ୍ୟ ଠିକ ଭାବେ କର୍ତବ୍ୟ ସମ୍ପାଦନ କରୁଛନ୍ତି ବୋଲି ଡିଜି ଶର୍ମା କହିଛନ୍ତି।

ସମ୍ବନ୍ଧିତ ଖବର