ଭଡ଼ାରେ ନେଇ ବିକିଦେଲା; ଧୂର୍ତ୍ତ ଗିରଫ, ୨କ୍ୟାମେରା ଜବତ

ଭୁବନେଶ୍ବର : ଭଡ଼ାରେ ନେବା ଆଳ କରି ଜଣେ ଧୂର୍ତ୍ତ କ୍ୟାମେରା ବିକ୍ରି ଦେଇଥିବା ଅଭିଯୋଗ ହୋଇଛି। ସେ ହେଲା, ଜଗନ୍ନାଥ ବିହାରରେ ରହୁଥିବା ଭିନିତ୍ ସାହାସିଆ(୨୪)।

ସୂଚନାନୁଯାୟୀ, ଭିନିତ୍ ୨୪ତାରିଖରେ ନୂଆପଲ୍ଲୀ ଆଇଆର୍‌ସି ଭିଲେଜରୁ ୨ଟି କ୍ୟାମେରା ଭଡ଼ାରେ ନେଇଥିଲା। ନିଜ ପରିଚୟପତ୍ର ଦେଇ କ୍ୟାମେରା ନେବା ପରେ ଭିନିତ୍ ଓଏଲ୍‌ଏକ୍ସରେ କ୍ୟାମେରାକୁ କଟକର ଜଣେ ଯୁବକଙ୍କୁ ବିକ୍ରି କରିଥିଲା। ସମ୍ବଲପୁର ଧନୁପାଲି ଅଞ୍ଚଳରୁ ମଧ୍ୟ ସେ ଆଉ ଏକ କ୍ୟାମେରା ଭଡ଼ାରେ ଆଣି ବିକି ଦେଇଥିବା ପୁଲିସ ତଦନ୍ତରୁ ଜାଣିବାକୁ ପାଇଥିଲା। ପରେ କଟକରେ କ୍ୟାମେରା କିଣିଥିବା ଯୁବକ ସହିତ ଯୋଗାଯୋଗ କରି ପୁଲିସ କ୍ୟାମେରା ଜବତ କରିଛି।

ସମ୍ବନ୍ଧିତ ଖବର