ବିଜେଡି ପ୍ରାର୍ଥୀଙ୍କ ଚରିତ୍ର ସଂହାର; ନିର୍ବାଚନ କମିସନଙ୍କୁ ଅଭିଯୋଗ, ପ୍ରଚାର ଗାଡ଼ି ଜବତ

ଭୁବନେଶ୍ବର : ୱାର୍ଡ ନମ୍ବର ୪୫ରେ ବିଜେଡି କର୍ପୋରେଟର ପ୍ରାର୍ଥୀ ଅମରେଶ ଜେନାଙ୍କ ବିରୋଧରେ ଲଗାତାର ଅଭିଯୋଗ ସହ ଆକ୍ରମଣ ଓ ଚରିତ୍ର ସଂହାର କରିବାକୁ ନେଇ ନିର୍ବାଚନ କମିସନଙ୍କ ନିକଟରେ ଅଭିଯୋଗ ହୋଇଛି। ୱାର୍ଡର ସୁଲଖ୍ୟା ଜେନା, ଲୀନା ତ୍ରିପାଠୀ, ନିରୁପମା ବିଶ୍ବାଳ, ରୀନା ବଳ ପ୍ରମୁଖ ଅଭିଯୋଗ କରିଛନ୍ତି କି, ପୂର୍ବରୁ ବିଜେପି କର୍ମୀମାନେ ବିଜେଡି କର୍ମୀଙ୍କୁ ଆକ୍ରମଣ କରିବା ନଜିର ରହିଛି। ହେଲେ ମୁଖ୍ୟ ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇ ନାହିଁ। ନିକଟ ଅତୀତରେ ବିଜେଡି ମହିଳା କର୍ମୀମାନେ ଶୋଭାଯାତ୍ରାରେ ଯାଉଥିବା ବେଳେ ସେମାନଙ୍କୁ ଆକ୍ରମଣ ହୋଇଥିଲା। ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇ ନାହିଁ।

ଏବେ ବିଜେପି କର୍ପୋରେଟର ପ୍ରାର୍ଥୀ ଜ୍ୟୋତିରେଖା ନାୟକ ଅମରେଶଙ୍କ ବିରୋଧରେ ଜମି ମାଫିଆ, ଲୁଟେରା, ନିଶା ବେପାରୀ, ହତ୍ୟାକାରୀ ପ୍ରଭୃତି ଅଭିଯୋଗ ଆଣିଛନ୍ତି। ପ୍ରଚାର ଗାଡ଼ିରେ ମଧ୍ୟ ଏଭଳି ଶବ୍ଦ ପ୍ରୟୋଗ କରି ହିଂସାକାଣ୍ଡକୁ ଉସ୍‌କା‌ଉଛନ୍ତି। ତେଣୁ ଆଇନଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହେବା ଭଳି ଆଶଙ୍କା ରହିଛି। ଏଭଳି ଚରିତ୍ରକୁ ଆକ୍ଷେପ କରିବା ତାଙ୍କ ସମ୍ମାନହାନୀ କରିଛି। ଏଣୁ ଜ୍ୟୋତିରେଖାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେମାନେ ଦାବି କରିଛନ୍ତି। ଅନ୍ୟପଟେ ଆଜି ସନ୍ଧ୍ୟାରେ ଜ୍ୟୋତିରେଖାଙ୍କ ପ୍ରଚାର ଗାଡ଼ିକୁ ଲକ୍ଷ୍ମୀସାଗର ଥାନା ପୁଲିସ ଜବତ କରିଛି।

ସମ୍ବନ୍ଧିତ ଖବର