ଭୁବନେଶ୍ବର ୱାଡ ନଂ. ୧୫ : ଲୋକଙ୍କ ସହ ସବୁବେଳେ ରହିଛି: ରାଜଲକ୍ଷ୍ମୀ

ଭୁବନେଶ୍ବର: ବିଜେଡି ସର୍ବଦା ବିକାଶକୁ ଗୁରୁତ୍ବ ଦେଇ ଆସିଛି। ଗରିବ ଲୋକଙ୍କ ସହ ସବୁବେଳେ ରହିଛି। ୧୫ ନମ୍ବର ୱାର୍ଡର ଅସହାୟ ଓ ଗରିବଙ୍କୁ ଭତ୍ତା, ରାସନ୍‌ କାର୍ଡ ଭଳି ବିଭିନ୍ନ ଯୋଜନାରେ ସାମିଲ କରାଯାଇଛି। କୋଭିଡ୍‌ ମହାମାରୀ ସମୟରେ ଲୋକଙ୍କ ପାଖରେ ଛିଡ଼ା ହୋଇଛି। ଜୀବନର ଶେଷ ପର୍ଯ୍ୟନ୍ତ ୱାର୍ଡବାସୀଙ୍କ ବିକାଶ ଲାଗି କାର୍ଯ୍ୟ କରିବି। ଯେତେ ଝଡ଼ଝଞ୍ଜା ଆସିଲେ ବି କୌଣସି ପରିସ୍ଥିତିରେ ମୁଣ୍ଡ ନୁଆଁଇବି ନାହିଁ। ୱାର୍ଡର ସମସ୍ତ ଗୁରୁଜନ, ମା’ ମାଉସୀ, ଭାଇ ଭଉଣୀଙ୍କ ସେବାରେ ନିଜକୁ ଉତ୍ସର୍ଗୀକୃତ କରିଛି। କର୍ପୋରେଟର ଭାବେ ଥରୁଟିଏ ସେବା କରିବାର ସୁଯୋଗ ଦେବାକୁ ରୋଡ୍‌ ସୋ’ ମାଧ୍ୟମରେ ୱାର୍ଡବାସୀଙ୍କୁ ଅନୁରୋଧ କରିଛନ୍ତି ୧୫ନମ୍ବର ୱାର୍ଡର ବିଜେଡି ପ୍ରାର୍ଥିନୀ ରାଜଲକ୍ଷ୍ମୀ ବେହେରା।

ତାଙ୍କ ସହ ବିଜେଡି ମେୟର ପ୍ରାର୍ଥିନୀ ସୁଲୋଚନା ଦାସ, ଉତ୍ତର ଭୁବନେଶ୍ବର ବିଧାୟକ ସୁଶାନ୍ତ କୁମାର ରାଉତ, ପୂର୍ବତନ କର୍ପୋରେଟର ସମୀର ପ୍ରଧାନ ସାମିଲ ହୋଇ ଭୋଟ ଭିକ୍ଷା କରିଛନ୍ତି। ଆଇନ ଛାତ୍ରୀ ରାଜଲକ୍ଷ୍ମୀ ୨୦୧୩ରେ ଭୁବନେଶ୍ୱର ଦେବରାୟ କଲେଜର ସଭାପତି ଭାବେ ନିର୍ବାଚିତ ହୋଇଥିଲେ। ଛାତ୍ରୀ ଜୀବନରୁ ରାଜନୀତି ସହ ଜଡ଼ିତ ଥିବା ରାଜଲକ୍ଷ୍ମୀ ପରବର୍ତୀ ସମୟରେ ରାଜଧାନୀ କଲେଜ, କ୍ୟାପିଟାଲ ଆଇନ ମହାବିଦ୍ୟାଳୟରେ ପ୍ରାର୍ଥୀ ଛିଡ଼ା କରାଇ ଏକାଧିକଥର କିଙ୍ଗ୍‌ ମେକର ପାଲଟିଛନ୍ତି।

ଏବେ ବିଏମ୍‌ସି ୧୫ନମ୍ବର ୱାର୍ଡର ବିଜେଡି କର୍ପୋରେଟର ପ୍ରାର୍ଥିନୀ ଭାବେ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଛନ୍ତି। ଲୋକଙ୍କ ସେବାକୁ ବ୍ରତୀ ଭାବେ ଗ୍ରହଣ କରିଥିବା ରାଜଲକ୍ଷ୍ମୀ ଗତ ୪ ବର୍ଷ ହେଲା ଲୋକଙ୍କ ସେବାକୁ ନିଜକୁ ଉତ୍ସର୍ଗୀକୃତ କରିଛନ୍ତି। ଫନି, ହୁଡ଼୍‌ହୁଡ଼୍‌ ପରି ବାତ୍ୟା ସମୟରେ ଲୋକଙ୍କ ସୁଖଦୁଃଖର ସାଥୀ ପାଲଟିଛନ୍ତି। ସବୁ ଅଞ୍ଚଳକୁ ଆଲୋକୀକରଣ, ରାସ୍ତାଘାଟ ମରାମତି ସହ ୱାର୍ଡକୁ ସଫା ସୁତୁରା ରଖିବାରେ ତାଙ୍କର ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। କୋଭିଡ୍‌ ସମୟରେ ୱାର୍ଡବାସୀଙ୍କୁ କିଭଳି ସୁରୁଖୁରରେ ଟିକା ମିଳିପାରିବ ସେ ଦିଗରେ କାର୍ଯ୍ୟ କରିଛନ୍ତି।

ଭୁବନେଶ୍ବର ୱାଡ ନଂ. ୫୮: ବିଜେଡି ପ୍ରାର୍ଥିନୀ ପୁଷ୍ପାଙ୍କ ପ୍ରଚାର

ବ୍ରହ୍ମେଶ୍ବର ପାଟଣା ଅଞ୍ଚଳ ବିଏମ୍‌ସି ୱାର୍ଡ ନମ୍ବର ୫୮ରେ ବିଜେଡି କର୍ପୋରେଟର ପୁଷ୍ପା ଦାସ ପୁଣି ଏଥର ବିଜେଡିରୁ ପ୍ରାର୍ଥୀ ହୋଇଛନ୍ତି। ତାଙ୍କ ସମୟରେ ୱାର୍ଡରେ ହୋଇଥିବା ବିକାଶମୂଳକ କାର୍ଯ୍ୟକୁ ନେଇ ପ୍ରଚାର ଜୋର୍‌ଦାର କରୁଥିବା ଦେଖାଯାଇଛି। ବ୍ରହ୍ମେଶ୍ବର ପାଟଣା, ରତ୍ନାକର ବାଗ, ଟଙ୍କପାଣି ରୋଡ୍‌, ଚିଲି ପୋଖରୀ, ଶିବ ନଗର, ରାଜାରାଣୀ କଲୋନୀ, ରାଧାକୃଷ୍ଣ ନଗର, ଭୁଆଶୁଣୀ ମନ୍ଦିର ଅଞ୍ଚଳ, କେଦାରଗୌରୀ ଆପାର୍ଟମେଣ୍ଟରେ ଘରକୁ ଘର ବୁଲି ଶ୍ରୀମତୀ ଦାସ ପ୍ରଚାର କରୁଛନ୍ତି। ଆଗାମୀ ଦିନରେ ଏହି ୱାର୍ଡରେ କି କି ବିକାଶମୂଳକ କାର୍ଯ୍ୟ ହାତକୁ ନିଆଯିବ, ତାହାର ଏକ ତାଲିକା ମଧ୍ୟ ସେ ଲୋକଙ୍କୁ ଦେଉଛନ୍ତି।

ସମ୍ବନ୍ଧିତ ଖବର