ଭୁବନେଶ୍ବର: ବିଏମସିର ୪୧ନମ୍ବର ୱାର୍ଡର ସ୍ବାଧୀନ କର୍ପୋରେଟର ପ୍ରାର୍ଥିନୀ ସସ୍ମିତା ସାହୁ ଆଜି ମାରାଥନ ପ୍ରଚାର କରିଛନ୍ତି। ସାଇକେଲ୍ ଚିହ୍ନରେ ପୌର ନିର୍ବାଚନ ଲଢୁଥିବା ସସ୍ମିତା ଆଜି କେଦାରପଲ୍ଲୀ ବସ୍ତି, ଫାଳିକିଆ ବସ୍ତି, ଅଶୋକନଗର ଅଞ୍ଚଳ, ପ୍ରେସ୍ କଲୋନି, ଲେପ୍ରୋସି କଲୋନି, ପିଏଚ୍‌ଡି ବସ୍ତି ବୁଲି ପ୍ରଚାର କରିଛନ୍ତି। ପ୍ରଚାରରେ ତାଙ୍କ ସମର୍ଥକମାନେ ସାମିଲ ହୋଇଥିଲେ। ସସ୍ମିତା ସାହୁ ପୂର୍ବତନ କର୍ପୋରେଟର ଗୁରୁଚରଣ ସାହୁଙ୍କ ପତ୍ନୀ। ସେ ବିଜେଡିରୁ ଟିକେଟ ପାଇଁ ଆଶାୟୀ ଥିଲେ। କିନ୍ତୁ ତାଙ୍କୁ ଦଳୀୟ ଟିକେଟ ମିଳି ନଥିଲା। ତେଣୁ ସେ ସ୍ବାଧୀନ ଭାବେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି।

Advertisment

ତାଙ୍କ ସହ ପୂର୍ବତନ କର୍ପୋରେଟର୍‌ ମମତା ସାହୁ ମଧ୍ୟ ସାମିଲ ହୋଇଛନ୍ତି। ସୂଚନା ଅନୁସାରେ, ବିଜେଡିରୁ ଦଳୀୟ ଟିକେଟ୍‌ ପାଇଁ ଆଶାୟୀ ଥିବା ସସ୍ମିତା ଓ ମମତା ଶେଷ ମୂହୂର୍ତ୍ତରେ ନିରାଶ ହୋଇଥିଲେ। ତେଣୁ ଉଭୟ ପ୍ରାର୍ଥିପତ୍ର ଦାଖଲ ମଧ୍ୟ କରିଥିଲେ। ଏହାସହ ସମାଜସେବୀ ଗାୟତ୍ରୀ ପଣ୍ଡା ପ୍ରାର୍ଥିପତ୍ର ଦାଖଲ କରିଥିଲେ। ଶେଷରେ ମମତା ଓ ଗାୟତ୍ରୀ ପ୍ରାର୍ଥିପତ୍ର ପ୍ରତ୍ୟାହାର କରି ସସ୍ମିତାଙ୍କ ସହ ମିଶି ନିର୍ବାଚନ ପ୍ରଚାରରେ ସାମିଲ ହୋଇଛନ୍ତି। ଜିତିବା ପରେ ୱାର୍ଡର ବସ୍ତିବାସିନ୍ଦାଙ୍କ ପାଇଁ କାର୍ଯ୍ୟ କରିବେ ବୋଲି ସସ୍ମିତା ପ୍ରତିଶ୍ରୁତି ଦେଇଛନ୍ତି।

ବିଏମ୍‌ସି ୱାର୍ଡ ନଂ. ୩୭: ସ୍ବାଧୀନ ପ୍ରାର୍ଥୀ ବନ୍ଦିତାଙ୍କ ବିଶାଳ ପଦଯାତ୍ରା

publive-image

ବିଏମ୍‌ସିର ୩୭ ନମ୍ବର ଵାର୍ଡରେ ଆଜି ସ୍ବାଧୀନ ପ୍ରାର୍ଥୀ ବନ୍ଦିତା ପାଲ୍ ବିଶାଳ ପଦଯାତ୍ରା କରିଛନ୍ତି। ସାଇକେଲ ଚିହ୍ନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ବନ୍ଦିତା ଶତାଧିକ ସମର୍ଥକଙ୍କୁ ସାଙ୍ଗରେ ଧରି ଶୋଭାଯାତ୍ରା କରିଥିଲେ। ବନ୍ଦିତାଙ୍କ ପାଇଁ ତାଙ୍କ ସ୍ବାମୀ ଅର୍ଜୁନ ବେହେରା ପ୍ରଚାରର ମଙ୍ଗ ଧରିଥିଲେ।

ବେହେରା ସାହି, ମେଟ୍ରୋ ଆପାର୍ଟମେଣ୍ଟ୍, ତ୍ରିଷ୍ଣା ଆପାର୍ଟମେଣ୍ଟ, ଗୋଲାପ ରିସର୍ଟ, ସିଦ୍ଧପଲ୍ଲୀ ବସ୍ତି ପ୍ରମୁଖ ଅଞ୍ଚଳରେ ବନ୍ଦିତା ଲୋକଙ୍କ ଘରକୁ ଘର ବୁଲି ବୁଲି ଭୋଟ୍‌ ଭିକ୍ଷା କରିଥିଲେ। ସ୍ଥାନୀୟ ଅଞ୍ଚଳରେ ବରିଷ୍ଠ ନାଗରିକଙ୍କ ପାଇଁ ପାର୍କ ନଥିବା ବେଳେ ରାସ୍ତା ସମସ୍ୟା ଏବେ ବି ପ୍ରମୁଖ ପ୍ରସଙ୍ଗ ପାଲଟିଛି। ତେଣୁ ଏହି ପ୍ରତିଶ୍ରୁତି ଆଧାରରେ ସେ ଲୋକଙ୍କ ସମସ୍ୟାର ସମାଧାନ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।