କୃପାଜଳ ଇଂଜିନିୟରିଂ କଲେଜରେ କ୍ୟାମ୍ପସ୍‌ ଚୟନ

ଭୁବନେଶ୍ୱର : କୃପାଜଳ ଇଞ୍ଜିନିୟରିଂ କଲେଜ ଏବଂ କୃପାଜଳ ମ୍ୟାନେଜ୍‌ମେ୍‌ଣ୍ଟ ଷ୍ଟଡିଜ୍‌ର ମିଳିତ ଆନୁକୂଲ୍ୟରେ ଶେଷବର୍ଷର ଛାତ୍ରଛାତ୍ରୀମାନଙ୍କ ପାଇଁ ଆଇସିଆଇସିଆଇ ପ୍ରୁଡେନ୍‌ସିଆଲ୍‌ ତରଫରୁ କ୍ୟାମ୍ପସ୍‌ ଡ୍ରାଇଭ୍‌ ଅନୁଷ୍ଠିତ ହୋଇଯାଇଅଛି। କୃପାଜଳ ଗ୍ର୍ରୁପ୍‌ ଅଫ ଇନ୍‌ଷ୍ଟିଚ୍ୟୁଟ୍‌ର ଚେୟାରମ୍ୟାନ୍‌ ଡ. ଭବାନୀ ଚରଣ ରଥଙ୍କର ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି ଡ୍ରାଇଭ୍‌ରେ କଲେଜର ଅଧ୍ୟକ୍ଷ ପ୍ରଫେସର୍‌ ଡ.ନିରଂଜନ ମିଶ୍ର ପରିଚୟ ପ୍ରଦାନ କରିଥିଲେ। ମ୍ୟାନେଜ୍‌ମେଣ୍ଟ ଷ୍ଟଡିଜ୍‌ର ପ୍ରିନ୍‌ସିପାଲ୍‌ ପ୍ରଫେସର୍‌ ଡ.ତନ୍ମୟ କୁମାର ପ୍ରଧାନ ଏହାକୁ ପରିଚାଳନା କରିଥିଲେ। ମଧୁସ୍ମିତା ରାଉତ, ଜନ୍ମେଜୟ ମହାନ୍ତି, ଶ୍ରୀବତ୍ସ ମଣ୍ଡଳ, ଦୀପକ କୁମାର ସେଠୀ, ସୁଜାତା ବାରିକ, ମଳୟ ନାୟକ ଏବଂ ପ୍ରସାଦ ପ୍ରିୟଦର୍ଶନ ନିଯୁକ୍ତି ପାଇଁ ମନୋନୀତ ହୋଇଥିଲେ। କୃପାଜଳ ଗ୍ର୍ରୁପ୍‌ର ଡାଇରେକ୍ଟର ବିଭୂତି ଭୂଷଣ ରଥ ଏହି ସଫଳତା ପାଇଁ ଛାତ୍ରଛାତ୍ରୀଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।

ସମ୍ବନ୍ଧିତ ଖବର