ଭୁବନେଶ୍ବର : ଚଳିତବର୍ଷ କେଏମ୍ବିବି ଇଞ୍ଜିନିୟରିଂ କଲେଜ୍ରେ କ୍ୟାମ୍ପସ୍ ଚୟନ ପ୍ରକ୍ରିୟା ଅନୁଷ୍ଠିତ ହୋଇଯାଇଛି। ଗତ ୨୦ ତାରିଖରୁ ବି.ଟେକ୍ ଶେଷ ବର୍ଷର ଛାତ୍ରଛାତ୍ରୀଙ୍କୁ ନେଇ ଚୟନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ପ୍ରଥମ ପର୍ଯ୍ୟାୟରେ ଦୁଇଟି ପ୍ରତିଷ୍ଠିତ କମ୍ପାନି ଜେଡ୍ଏଫ୍ ଷ୍ଟିଅରିଂ ଲିମିଟେଡ୍ ଓ କ୍ୟାପ୍ଜେମିନି ୧୮ଜଣ ଛାତ୍ରଛାତ୍ରୀଙ୍କୁ ଚୟନ କରି ନିଯୁକ୍ତିପତ୍ର ଦେଇଛି। ତେବେ ଏହି ପର୍ଯ୍ୟାୟରେ ମେକାନିକାଲ୍ ଏବଂ ଇଲେକ୍ଟ୍ରିକାଲ ଓ ଇଲୋକ୍ଟ୍ରୋନିକ୍ସ ବିଭାଗର ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ।
କଂପାନି ପକ୍ଷରୁ ଆୟୋଜିତ ଅନ୍ଲାଇନ୍ ପରୀକ୍ଷା ଓ ସାକ୍ଷତକାରରୁ ଯୋଗ୍ୟପ୍ରାର୍ଥୀ ଚୟନ ହୋଇଥିଲା। ଆଗାମୀ ଦିନରେ ସିମେନ୍ସ, ହାଭେଲ୍ସ, କିଆ ମୋଟର୍ସ ଓ ​ଵିପ୍ରୋ ଭଳି କମ୍ପାନି କଲେଜକୁ ଆସି ଚୟନ ପ୍ରକ୍ରିୟା କରିବେ ବୋଲି କହିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/10/kmbb.jpg)