ଆଇଜିକେସି ମଲ୍‌ଟି ସ୍ପେସିଆଲିଟି ହସ୍ପିଟାଲ ପକ୍ଷରୁ କ୍ୟାନସର ଦିବସ

ଭୁବନେଶ୍ବର: ଆଇଜିକେସି ମଲ୍‌ଟି ସ୍ପେସିଆଲିଟି ହସ୍ପିଟାଲ ପକ୍ଷରୁ ଘାଟିକିଆ କଳିଙ୍ଗନଗରରେ କ୍ୟାନସର୍‌ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ କ୍ୟାନସର‌ ରୋଗ ବାବଦରେ ଜନସଚେତନତା ପାଇଁ ମାରାଥନ ଅନୁଷ୍ଠିତ ହୋଇଥିଲା। ଏହି ମା‌ରାଥନ୍‌କୁ ପୂର୍ବତନ ବିଧାୟକ ତଥା ଅଭିନେତା ଆକାଶ ଦାସନାୟକ ଉଦ୍‌ଘାଟନ କରିଥିଲେ। କାର୍ଯ୍ୟକ୍ରମରେ ହସ୍ପିଟାଲର ପରିଚାଳନା ନିର୍ଦ୍ଦେଶକ ଡାକ୍ତର ପ୍ରକାଶ ଚନ୍ଦ୍ର ଦଳାଇ, ଉପଅଧୀକ୍ଷକ ରୁପସା ନୟନା ରାଉତଙ୍କ ସମେତ ବହୁ ଡାକ୍ତର ଯୋଗଦେଇ ପ୍ରଥମରୁ କ୍ୟାନସର୍‌ ରୋଗ ନିରୂପଣ ଓ ଏହାର ଚିକିତ୍ସା ବାବଦରେ ବିଶଦ୍‌ ଭାବେ ଆଲୋଚନା କରିଥିଲେ।

ଅଙ୍ କୋଲୋଜିଷ୍ଟ୍ ଡାକ୍ତର ସୁଶାନ୍ତ ପାଇକରାୟ ବର୍ତ୍ତମାନ ସମୟରେ କ୍ୟାନସର୍‌ ‌ରୋଗର ନିରାକରଣ ଓ ଆଧୁନିକ ଚିକିତ୍ସା ପଦ୍ଧତି ବାବଦରେ କହିଥିଲେ। ଏହି ଅବସରରେ କ୍ୟାନସର: ଲାଇଫ୍‌ ବିଫୋର୍‌ ଆଣ୍ଡ୍‌ ଆଫ୍ଟର୍‌’ ବିଷୟବସ୍ତୁ ଉପରେ ଉପରେ ଏକ ପୋଷ୍ଟର୍‌ ପ୍ରଦର୍ଶନୀ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହାସହ କ୍ୟାନସର ବିଶେଷଜ୍ଞ, ନର୍ସ ଓ ହସ୍ପିଟାଲ ଷ୍ଟାଫଙ୍କ ମଧ୍ୟରେ କ୍ୟାନସର: କ୍ ଲୋଜ୍ ଦ କେୟାର ଗ୍ୟାପ୍‌ ଉପରେ ଏକ ଖୋଲା ଆ‌ଲୋଚନା କରାଯାଇ କ୍ୟା‌ନସର ରୋଗ ଚିକିତ୍ସା ସମ୍ପର୍କିତ ସମସ୍ତ ସଂଶୟ ଦୂର କରାଯାଇଥିଲା।

ସମ୍ବନ୍ଧିତ ଖବର