ଭୁବନେଶ୍ୱର: ପୌର ଚିକିତ୍ସାଳୟରେ କର୍କଟ ରୋଗ ଚିହ୍ନଟ ଓ ଚିକିତ୍ସା ପାଇଁ ଏକ ଓପିଡି ଆରମ୍ଭ ହୋଇଛି। ଏହାକୁ ବିଏମ୍‌ସି ମେୟର ସୁଲୋଚନା ଦାସ ଉଦ୍‌ଘାଟନ କରିଛନ୍ତି। ଶଙ୍କର ବାଗଚି କର୍କଟ ଚିକିତ୍ସାଳୟ ତରଫରୁ ଏହି ଓପିଡି ପ୍ରତ୍ୟେକ ଦିନ ସକାଳ ୯ଟାରୁ ୧ଟା ପର୍ଯ୍ୟନ୍ତ ଖୋଲା ରହିବ। ଏହା ବ୍ୟତୀତ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ତରଫରୁ ପ୍ରଦତ୍ତ ଏକ ଅଟୋକ୍ଲେଭ୍ ମେସିନ୍‌ର ଶୁଭ ଉଦ୍‌ଘାଟନ ମଧ୍ୟ ମେୟରଙ୍କ ଦ୍ବାରା କରାଯାଇଛି। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ୬୦ ନମ୍ବର ୱାର୍ଡ଼ର କର୍ପୋରେଟର ଚନ୍ଦ୍ରଶେଖର ମଲିଆଙ୍କ ସମେତ ଶଙ୍କର ବାଗ୍‌ଚି ଚିକିତ୍ସାଳୟର ବରିଷ୍ଠ ଅଧିକାରୀ, ଏସ୍‌ବିଆଇର ବରିଷ୍ଠ କର୍ମକର୍ତ୍ତା, ପୌର ଚିକିତ୍ସାଳୟର ସିଏମ୍‌ଓ ଓ କର୍ମଚାରୀମାନେ ଉପସ୍ଥିତ ଥିଲେ।