ଚନ୍ଦ୍ରଶେଖରପୁର: ଅର୍ଥ ଅଭାବରୁ କର୍କଟ ରୋଗର ଚିକିତ୍ସା କରାଇପାରୁ ନଥିବା ଗରିବ ଲୋକଙ୍କୁ ରୋଟାରି କ୍ୟାନସର୍ ଆଣ୍ଡ ରେଫରାଲ ସେଣ୍ଟର (ଆରସିଆରସି) ଓ କୋଣାର୍କ କ୍ୟାନସର୍ ଫାଉଣ୍ଡେସନ୍ ସହାୟତାର ହାତ ବଢ଼ାଇଛନ୍ତି। ଓଡ଼ିଶାର ଗରିବ କର୍କଟ ରୋଗୀଙ୍କୁ ମୁମ୍ବାଇ ଭଳି ମହାନଗରରେ ମାଗଣାରେ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ଏହି ଦୁଇ ସଂସ୍ଥା ମଧ୍ୟରେ ଏକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ଗତକାଲି ଏକ ହୋଟେଲରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆର୍ସିଆର୍ସି ପକ୍ଷରୁ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର ଅଜୟ ଅଗ୍ରଓ୍ଵାଲ ଓ କୋଣାର୍କ କ୍ୟାନସର୍ ଫାଉଣ୍ଡେସନ୍ ପକ୍ଷରୁ ମ୍ୟାନେଜିଂ ଟ୍ରଷ୍ଟି ତଥା ପୂର୍ବତନ ପୁଲିସ ପ୍ରଶାସକ ଅରୂପ ପଟ୍ଟନାୟକ ଏହି ବୁଝାମଣାପତ୍ରରେ ସ୍ୱାକ୍ଷର କରିଛନ୍ତି। ଫଳରେ ଓଡ଼ିଶାର ଶତାଧିକ ଗରିବ କର୍କଟ ରୋଗୀ ମାଗଣାରେ ଟ୍ରେନ୍ରେ ଯାତ୍ରା କରିବା ସହ ମୁମ୍ବାଇରେ ରହିବା, ଖାଇବା ଓ ଚିକିତ୍ସା ସେବା ପାଇପାରିବେ ବୋଲି ଶ୍ରୀ ପଟ୍ଟନାୟକ ପ୍ରକାଶ କରିଛନ୍ତି। ରୋଟାରିଆନ ଜୟଶ୍ରୀ ମହାନ୍ତିଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ରୋଟାରିଆନ୍ ସୂର୍ଯ୍ୟ ମିଶ୍ର, ରୋଟାରିଆନ୍ ପ୍ରଭୁ ସୁବୁଦ୍ଧି, ଏବଂ ବହୁ ମାନ୍ୟଗଣ୍ୟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ। ଏହି ଅବସରରେ ଏକ େଓ୍ଵବ୍ସାଇଟ୍ ଓ ସୂଚନା ପ୍ରତିକାର ଉନ୍ମୋଚନ କରାଯାଇଥିଲା। ଦୁଇ ସଂସ୍ଥା ମଧ୍ୟରେ ହୋଇଥିବା ଏହି ବୁଝାମଣା ଅନୁଯାୟୀ, କର୍କଟ ରୋଗର ଚିକିତ୍ସା ପାଇଁ ସ୍ୱେଚ୍ଛାସେବୀ ରୋଟାରି ଅନୁଷ୍ଠାନ ପ୍ରକୃତ ଗରିବ କର୍କଟ ରୋଗୀଙ୍କୁ ଚିହ୍ନଟ କରି ମୁମ୍ବାଇସ୍ଥିତ କୋଣାର୍କ କ୍ୟାନସର୍ ଫାଉଣ୍ଡେସନ୍ ନିକଟକୁ ରୋଗୀଙ୍କୁ ପଠାଇବ। ସେଠାରେ ସଂପୂର୍ଣ୍ଣ ଯାଞ୍ଚ କରାଯିବା ପରେ ରୋଗୀଙ୍କୁ ମୁମ୍ବାଇସ୍ଥିତ ଟାଟା ମେମୋରିଆଲ ହସ୍ପିଟାଲରେ ଚିକିତ୍ସା ବ୍ୟବସ୍ଥା କରାଯିବ।
ଓଡ଼ିଶାର ଗରିବ କର୍କଟ ରୋଗୀଙ୍କୁ ମିଳିବ ମାଗଣା ଚିକିତ୍ସା
ରୋଟାରି ଓ କୋଣାର୍କ କ୍ୟାନ୍ସର୍ ଫାଉଣ୍ଡେସନ୍ ମଧ୍ୟରେ ବୁଝାମଣା
/sambad/media/post_attachments/wp-content/uploads/2018/04/MOU-Rotary-Pix1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)