ଭୁବନେଶ୍ୱର : କନିଷ୍ଠ ପର୍ବତାରୋହୀ ଲାଲୁପ୍ରସାଦ ଭୋଇଙ୍କୁ ଶ୍ରଦ୍ଧାଞ୍ଜଳି ବ୍ୟକ୍ତ ସହ ମହମବତି ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି। ଭୁବନେଶ୍ୱରର ଯୁବକ ସଂଘ, ରାଜ୍ୟ ଜୁଡୋ ସଂଗଠନ, ଓଡ଼ିଶା ପର୍ବତାରୋହଣ ସଂସ୍ଥା, ଏନ୍ସିସିର ଯୁବକ/ଯୁବତୀମାନେ ରାମ ମନ୍ଦିରଠାରୁ ମାଷ୍ଟର କ୍ୟାଣ୍ଟିନ୍ ପର୍ଯ୍ୟନ୍ତ ମହମବତି ଶୋଭାଯାତ୍ରାରେ ଯାଇଥିଲେ। ୧୭ବର୍ଷ ବୟସରେ ମାଉଣ୍ଟ ସନ୍ଦାଗଫୁ ଏବଂ ଭ୍ରିଗୁ ଭଳି ଉଚ୍ଚତମ ପର୍ବତକୁ ଚଢ଼ିବାରେ ସଫଳ ହୋଇ ନିଜ ପ୍ରତିଭାର ପରିଚୟ ଦେଇଥିବା ଲାଲୁପ୍ରସାଦ ବିଜୁ ପଟ୍ଟନାୟକ ହିମାଳୟ ଅଭିଯାନରେ ସର୍ବକନିଷ୍ଠ ପର୍ବତାରୋହୀ ଥିଲେ। ସେହିପରି ମାଉଣ୍ଟ ରୁଦୁଗେରାର ୧୭୦୦୦ ଫୁଟ ମଧ୍ୟ ସେ ଆରୋହଣ କରିଥିଲେ। ତେଣୁ ରାଜ୍ୟ ପାଇଁ ସୁନାମ ଆଣିଥିବା ଲାଲୁଙ୍କ ବିୟୋଗରେ ତାଙ୍କ ପରିବାରର ଭରଣପୋଷଣ ପାଇଁ ରାଜ୍ୟ ସରକାରଙ୍କ ନିକଟରେ ୨୦ ଲକ୍ଷ ଟଙ୍କାର ଦାବି କରାଯାଇଛି।
କନିଷ୍ଠ ପର୍ବତାରୋହୀ ଲାଲୁଙ୍କ ବିୟୋଗରେ ମହମବତି ଶୋଭାଯାତ୍ରା
/sambad/media/post_attachments/wp-content/uploads/2017/11/rally.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)