ଭୁବନେଶ୍ୱର: ଗତକାଲି ନୂଆବର୍ଷରେ ସଭିଏଁ ଉତ୍ସବ କରି ଶୁଭେଚ୍ଛା ମନାଇବାରେ ମାତିଥିବା ବେଳେ ପୁଲଓ୍ଵାମାରେ ଆତଙ୍କବାଦୀ ଆକ୍ରମଣରେ ସହିଦ୍ ହୋଇଥିବା ସିଆର୍ପିଏଫ୍ ଯବାନଙ୍କ ବିୟୋଗରେ ଶୋକବ୍ୟକ୍ତ କରି ମହମବତି ଶୋଭାଯାତ୍ରା କରିଥିଲେ ମୂକବଧିର ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଏବଂ କଏଦୀଙ୍କ ଶିଶୁମାନେ। ମଧୁରମୟୀ ଆଦର୍ଶ ଶିକ୍ଷାନିକେତନର ରହୁଥିବା କଏଦୀଙ୍କ ପିଲାମାନେ ଏହି ଯାତ୍ରାରେ ସାମିଲ୍ ହୋଇଥିଲେ। ମାଷ୍ଟରକ୍ୟାଣ୍ଟିନ୍ରୁ ଲୋୟର ପିଏମ୍ଜି ପର୍ଯ୍ୟନ୍ତ ଏହି ଶୋଭାଯାତ୍ରା କରାଯାଇଥିଲା। ଜମ୍ମୁକାଶ୍ମୀରରେ ଆତଙ୍କବାଦୀ ଆକ୍ରମଣରେ ୫ ଜଣ ଯବାନ ସହିଦ୍ ହୋଇଥିବାରୁ ତାଙ୍କ ଆତ୍ମାର ସଦ୍ଗତି ପାଇଁ ପିଲାମାନେ ପ୍ରାର୍ଥନା କରିବା ସହ ପରିବାରବର୍ଗଙ୍କୁ ସମବେଦନା ଜଣାଇଥିଲେ। ଶୋଭାଯାତ୍ରାରେ ଓଡ଼ିଶା ପତିତା ଉଦ୍ଧାର ସମିତିର ସମ୍ପାଦିକା ଆଭାରାଣୀ ଚୌଧୁରୀ, ସତ୍ୟଭାମା ଦେବୀ େଓ୍ଵଲ୍ଫେୟାର ଟ୍ରଷ୍ଟ୍ର ପରିଚାଳନା ଟ୍ରଷ୍ଟି ନିରୋଜାଲକ୍ଷ୍ମୀ ମହାପାତ୍ର, ମହାବିଦ୍ୟାଳୟର ଅଧ୍ୟାପକ ଅଧ୍ୟାପିକା ଏବଂ ଓଡ଼ିଶା କିନ୍ନର ମହାସଂଘର ସଭାପତି ପ୍ରତାପ ସାହୁ ପ୍ରମୁଖ ସାମିଲ୍ ହୋଇଥିଲେ।
ନୂଆବର୍ଷରେ ସହିଦ ଯବାନଙ୍କ ପାଇଁ ମହମବତି ଶୋଭାଯାତ୍ରା
/sambad/media/post_attachments/wp-content/uploads/2018/01/SATYA-SAHEED-CANDEL-RALLY.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)