ଜଟଣୀ: ବାହାନଗା ରେଳ ଦୁର୍ଘଟଣାରେ ଆହତଙ୍କ ଆଶୁଆରୋଗ୍ୟ କାମନା ଓ ମୃତବ୍ୟକ୍ତିଙ୍କ ଆତ୍ମାର ସଦ୍ଗତି ନିମନ୍ତେ ଜଟଣୀ ବିକାଶ ପରିଷଦ ପକ୍ଷରୁ ଏକ ମହମବତି ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପରିଷଦର ସଭାପତି ବିଜୁ ଛୋଟରାୟ ଓ ସମ୍ପାଦକ ସୁଦର୍ଶନ ସୁନ୍ଦରାୟଙ୍କ ନେତୃତ୍ୱରେ ଶତାଧିକ ଲୋକେ ଯୋଗଦେଇ ଏକ ଶୋଭାଯାତ୍ରାରେ ରେଳ ଷ୍ଟେସନ୍ ପର୍ଯ୍ୟନ୍ତ ଯାଇଥିଲା।
ସେଠାରେ ନିରବ ପ୍ରାର୍ଥନା କରାଯାଇଥିଲା। ଶୋଭାଯାତ୍ରାରେ ଅନ୍ୟମାନଙ୍କ ମଧ୍ୟରେ ପରିଷଦର ଉପସଭାପତି ସୁରେନ୍ଦ୍ର ସାହୁ, ଅଧ୍ୟାପକ ବିଜୟ ପଣ୍ଡା, ଆଇନଜୀବୀ ଆଶୁତୋଷ ରାୟ, ଆଇନଜୀବୀ ମାନସ ସୁବୁଦ୍ଧି, ଆଶିଷ ମହାପାତ୍ର, ସହ ସମ୍ପାଦକ ସୁଶାନ୍ତ ରାଉତଙ୍କ ସମେତ ବିଭିନ୍ନ ୱାର୍ଡର କାଉନସିଲର୍ ଯୋଗ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/43-4.jpg)
