ଗଞ୍ଜେଇ ଭର୍ତ୍ତି କାର୍‌ ଜବତ, ୨ ଗିରଫ

ଭୁବନେଶ୍ବର: ଭୁବନେଶ୍ବର ମୋବାଇଲ୍‌ ଅବକାରୀ ଟିମ୍‌ ଆଜି ୟୁନିଟ୍‌-୬ ଗଙ୍ଗନଗର ଛକରୁ ଏକ ଗଞ୍ଜେଇ ଭର୍ତ୍ତି କାର୍‌ ଜବତ କରିଛି। କାର୍‌ (ଓଆର ୦୨ ବିଇ୦୯୯୯)ରୁ ପ୍ରାୟ ୭୦ କେଜି ଗଞ୍ଜେଇ ଜବତ କରାଯାଇଛି। ‌ଏହି ବେଆଇନ କାରବାରରେ ସମ୍ପୃକ୍ତ ଦୁଇ ଜଣଙ୍କୁ ଗିରଫ କରାଯାଇଛି। ସେମାନେ ହେଲେ ୟୁନିଟ୍‌-୬ କାଳୀମନ୍ଦିର ବସ୍ତିର ମହାଦେବ ନାୟକ ଓ ଚନ୍ଦକା ଅନ୍ଧାରୁଆର ପ୍ରାଣକୃଷ୍ଣ ଦାସ। ଜବତ ଗଞ୍ଜେଇର ବଜାର ମୂଲ୍ୟ ପ୍ରାୟ ୪ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଇଛି। ଏମାନେ କନ୍ଧମାଳରୁ ଗଞ୍ଜେଇ ଆଣି ଟ୍ରେନ୍‌ ଯୋଗେ ବିହାରକୁ ଚାଲାଣ କରିବା ଲାଗି ଭୁବନେଶ୍ବର ରେଳ ଷ୍ଟେସନ ଯାଉଥିଲେ। ଟ୍ରେନ୍‌ ଯୋଗେ ଗଞ୍ଜେଇ ପଠାଇବା ପରେ ବିହାର ବେପାରୀ ସେଠାରୁ ସଂଗ୍ରହ କରିଥାନ୍ତେ। ଆଜିର ଚଢ଼ଉରେ ଇନ୍‌ସ୍ପେକ୍ଟର ଜୟଦେବ ପ୍ରଧାନ, ଏସ୍‌ଆଇ ମାନସୀ ନାୟକ, ଅଂଶୁମାନ ଜେନା, ଏଏସ୍‌ଆଇ ସୁଜିତ ମୁଦୁଲି ଓ ଅନ୍ୟ କର୍ମଚାରୀମାନେ ସାମିଲ୍ ଥିଲେ।

ସମ୍ବନ୍ଧିତ ଖବର