କୋରିଅର ପ୍ୟାକେଟରେ ଗଞ୍ଜେଇ ଚୋରା ଚାଲାଣ: ଦୁଇ ଅଭିଯୁକ୍ତ ଗିରଫ, ୪୫ କିଲୋଗ୍ରାମ ଗଞ୍ଜେଇ ଜବତ

ଭୁବନେଶ୍ବର: କୋରିଅର ପ୍ୟାକେଟରେ ଗଞ୍ଜେଇ ଚୋରା ଚାଲାଣ ବେଳେ ରାଜଧାନୀରୁ ଦୁଇ ଅସାଧୁ ବେପାରୀ ଗିରଫ ହୋଇଥିବାର ଖବର ମିଳିଛି। ପ୍ରାପ୍ତ ସୂଚନା ଅନୁଯାୟୀ, ନୂଆଦିଲ୍ଲୀର ଦୁଇଜଣ ଯୁବକ ଡ୍ରେସ ଭିତରେ ଗଞ୍ଜେଇ ପୁରେଇ କୋରିଅର କରୁଥିଲେ।

କୋରିଅର ସମୟରେ ସନ୍ଦେହ ହେବାରୁ ଏନେଇ କୋରିଅର ସଂସ୍ଥା ପୁଲିସକୁ ଅବଗତ କରିଥିଲେ। ସହିଦନଗର ଥାନା ପୁଲିସ କୋରିଅର ଖୋଲିବା ପରେ ସେଥିରୁ ୪୫ କିଲୋଗ୍ରାମ ଗଞ୍ଜେଇ ବାହାରିଥିଲା। ଏହାପରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରାଯିବା ସହ ୪୫ କିଲୋଗ୍ରାମ ଗଞ୍ଜେଇ ଜବତ କରାଯାଇଥିଲା।

 

ସମ୍ବନ୍ଧିତ ଖବର