କ୍ୟାପ୍‌ଡିଲ୍‌ର ସପ୍ତମ ବାର୍ଷିକ ଉତ୍ସବ

ଭୁବନେଶ୍ବର: ରିଅଲ ଇଷ୍ଟେଟ୍‌ ସଂସ୍ଥା କ୍ୟାପ୍‌ଡିଲ୍‌ର ସପ୍ତମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମର ଅଂଶ ସ୍ବରୂପ କମ୍ପାନିର ସିଇଓ ଶକ୍ତି ମିଶ୍ର, ମୁଖ୍ୟ ନିବେଶ ଅଧିକାରୀ ବିଚିମାଳା ମିଶ୍ର, ମୁଖ୍ୟ ପରିଚାଳନା ଅଧିକାରୀ ଶିବାଶିଷ ସାହୁ, କମ୍ପାନିର ସହ ପ୍ରତିଷ୍ଠାତା ଅଖିଳ କୁମାର ଦେହୁରୀ ଓ ଆକାଶ ମିଶ୍ର ପ୍ରମୁଖ ଆଶା କିରଣ ଫାଉଣ୍ଡେସନ ଅନ‌ାଥାଶ୍ରମରେ ପିଲାମାନଙ୍କ ସହ ସମୟ ବିତାଇଥିଲେ ଓ ଶକ୍ତି ମିଶ୍ରଙ୍କ ଜନ୍ମଦିନ ପାଳନ କରିଥିଲେ।

କାର୍ଯ୍ୟକ୍ରମର ଦ୍ବିତୀୟ ପର୍ଯ୍ୟାୟ‌ର କର୍ମଚାରୀ ଓ ସେମାନଙ୍କ ପରିବାର ବର୍ଗଙ୍କୁ ନେଇ ଏକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ଯେଉଁଥିରେ ଆସୋଟେକ୍‌ର ଏମ୍‌ଡି ସଞ୍ଜୀବ ଶ୍ରୀବାସ୍ତବ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କମ୍ପାନିର ବାର୍ଷିକ ରିପୋର୍ଟ କାର୍ଡ ଓ ନୂଆ ୱେବସାଇଟ୍‌କୁ ଉନ୍ମୋଚନ କରିଥିଲେ।
ଏହି ଅବସରରେ କମ୍ପାନିର ସିଇଓ ଶ୍ରୀ ମିଶ୍ର କହିଛନ୍ତି ଯେ କ୍ୟାପ୍‌ଡିଲ୍‌ର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଏହାର ମୂଲ୍ୟବାନ ଗ୍ରାହକଙ୍କୁ ସ୍ବଚ୍ଛତା ଓ ଚିନ୍ତାମୁକ୍ତ ରିଅଲ ଇଷ୍ଟେଟ୍‌ ସେବା ପ୍ରଦାନ କରିବା। ଗତ ୭ ବର୍ଷରେ ଆମେ ନିଜକୁ ଉନ୍ନତ କରିବା ଲାଗି ସର୍ବଦା ଚେଷ୍ଟା କରିଆସୁଛୁ। ଏହାର ସମସ୍ତ ଶ୍ରେୟ ଆମର ମୂଲ୍ୟବାନ ଗ୍ରାହକ ଓ କର୍ମଚାରୀଙ୍କୁ ଯାଉଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର