ଭୁବନେଶ୍ୱରେ: ଗତ କିଛିଦିନ ମଧ୍ୟରେ କଟକ ଓ ଭୁବନେଶ୍ୱରରେ ବଡ଼ ଧରଣର ଅଗ୍ନିକାଣ୍ଡ ଯୋଗୁଁ ଧନଜୀବନ କ୍ଷୟ କ୍ଷତି ପରେ ସୁରକ୍ଷା ନେଇ ଅଗ୍ନିଶମ ବିଭାଗ ତତ୍ପର ହୋଇ ଉଠିଛି। ଗତ କିଛିଦିନ ହେବ ବିଭାଗ ପକ୍ଷରୁ ଦୈତ୍ୟନଗରୀ ସମେତ ରାଜ୍ୟର ବିଭିନ୍ନ ସ୍ଥାରେ ଚଢ଼ାଉ ଜାରି ରଖିଥିବା ବେଳେ ଆଜି ରାଜଧାନୀର ୨ଟି ହୋଟେଲ୍ ବେସ୍ମେଣ୍ଟରେ ଅଗ୍ନିଶମ ବିଭାଗ ତାଲା ମାରିଛି। ସହିଦନଗର ଥାନା ନିକଟ ହୋଟେଲ୍ ଶୀତଲ ଓ ନାଲ୍କୋ ଛକ ନିକଟରେ ଥିବା ହୋଟେଲ୍ ସୂର୍ଯ୍ୟାଶୁଂ ହୋଟେଲ୍ ବେସ୍ମେଣ୍ଟରେ ବିଭାଗ ତାଲା ମାରିଛି। ଅଗ୍ନି ନିରାପତ୍ତା ବ୍ୟବସ୍ତା ନଥାଇ ବିନା ଅନୁମତିରେ ଦୁଇଟି ହୋଟେଲ୍ ବେସ୍ମେଣ୍ଟରେ ବିଭିନ୍ନ ଉତ୍ସବ ପାଇଁ ବ୍ୟବହାର କରିବାର ସହ ମିଟିଂ ଆଦି ବିଭିନ୍ନ କାର୍ଯ୍ୟକ୍ରମ ପାଇଁ ବ୍ୟବହାର କରୁଥିଲେ। ତେବେ ନିୟମ ଅନୁଯାୟୀ ବେସ୍ମେଣ୍ଟ ଗୁଡ଼ିକୁ ବିଶେଷ କରି ପାର୍କିଂ ପାଇଁ ବ୍ୟବହାର କରାଯାଇଥାଏ। ବେସ୍ମେଣ୍ଟରେ କୌଣସି ପ୍ରକାର ଉତ୍ସବ ପାଇଁ ଅନୁମତି ମିଳିନଥାଏ। ଯଦି କେହି ବେସ୍ମେଣ୍ଟକୁ ଅନ୍ୟ କୌଣସି ଉଦ୍ଦେଶ୍ୟରେ ବ୍ୟବହାର କରେ ତେବେ ସେଥିପାଇଁ ବିଡିଏ ଓ ବିଏମ୍ସି ଠାରୁ ସ୍ୱତନ୍ତ୍ର ଅନୁମତି ନେବା ଆବଶ୍ୟକ। ହେଲେ ହୋଟେଲ୍ ପକ୍ଷରୁ ବିଡିଏ କିମ୍ବା ବିଏମ୍ସିରୁ କୌଣିସି ଅନୁମତି ନିଆଯାଇ ନାହିଁ। ଏହାଛଡ଼ା ଦୁଇଟି ଯାକ ହୋଟେଲ୍ର ବେସ୍ମେଣ୍ଟରେ ଥିବା ହଲ୍ରେ ଅଗ୍ନି ନିରାପତ୍ତା ପାଇଁ ପର୍ଯ୍ୟାନ୍ତ ପରିମାଣର ଅଗ୍ନି ନର୍ବାପକ ଯନ୍ତ୍ର ନାହିଁ। ଯେଉଁ ଅଗ୍ନି ନିର୍ବାପକ ଯନ୍ତ୍ର ଗୁଡ଼ିକ ଅଛି ତାହା ଥାଇ ମଧ୍ୟ ନଥିବା ଭଳି ସ୍ଥିତିରେ ରହିଛି। ଫାୟାର ଆଲାରାମ ଅଛି ନାହିଁ, ସ୍ପ୍ରିଙ୍କଲର ନାହିଁ ତ ସ୍ପ୍ରିଙ୍କଲ୍ର ଥାଇ ଅଚଳ ହୋଇପଡ଼ିଛି। ବିଶେଷ କରି ଜରୁରୀକାଳୀନ ଦ୍ୱାର ନାହିଁ । ତେଣୁ ସୁରକ୍ଷାକୁ ଦୃଷ୍ଟିରେ ରଖି ଦୁଇଟି ହୋଟେଲ୍ର ହଲ୍ ଗୁଡ଼ିକରେ ଅଗ୍ନିଶମ ବିଭାଗ ତାଲାମାରିଛି। ପ୍ରକାଶ ଥାଉ କି, ଗତ୧୨ ତାରିଖରେ ରାଜଧାନୀର ୨୬ଟି ସ୍ଥାନରେ ଚଢ଼ାଉ କରାଯାଇଥିବା ବେଳେ ହୋଟେଲ୍ ନ୍ୟୁ ମାରିୟନର ବେସ୍ମେଣ୍ଟରରେ ଥିବା ୨ଟି ହଲ୍କୁ ସିଲ କରାଯାଇଥିଲା। ଅଗ୍ନିଶମ ବିଭାଗର ଏଭଳି ଚଢ଼ାଉ ପରେ ଅନ୍ୟ ହୋଟେଲ, ସପିଂ ମଲ, ବଡ଼ ଦୋକାନ ମାଲିକଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି।
ଅଗ୍ନିଶମ ବିଭାଗର ଚଢ଼ାଉ : ରାଜଧାନୀର ୨ ହୋଟେଲ୍ର ବେସ୍ମେଣ୍ଟ ସିଲ୍
/sambad/media/post_attachments/wp-content/uploads/2018/02/Hotel-sealed.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)