୧୯୪୧-୪୨ ମସିହାରେ ଦ୍ବିତୀୟ ବିଶ୍ବଯୁଦ୍ଧ ଆରମ୍ଭ ହୋଇସାରିଥିଲା। ସେଥିପାଇଁ ଭୁବନେଶ୍ବରରେ ଏକ ଉଡ଼ାଜାହାଜ ପଡ଼ିଆ (ଏରୋଡ୍ରମ)ର ଆବଶ୍ୟକତା ଥିଲା। ଲିଙ୍ଗରାଜ ମନ୍ଦିର ପଶ୍ଚିମ ପଟ ରେଳଲାଇନ୍ଠାରୁ ଅଳ୍ପ ଦୂରରେ ଥିବା ବିସ୍ତୀର୍ଣ୍ଣ ପଡ଼ିଆ ଜମିରେ ଏରୋଡ୍ରମ ନିର୍ମାଣ କରିବା ପାଇଁ ପ୍ରସ୍ତାବିତ ହେଲା। ତାହା ଥିଲା ପୋଖରୀପୁଟ ଓ ଭୀମପୁର ମୌଜା ଜମିର କିଛି ଅଂଶ। ପ୍ରଥମେ ସଂରକ୍ଷିତ ଜଙ୍ଗଲ ଥିବା ଭୀମପୁର ମୌଜାର ଉତ୍ତରପାର୍ଶ୍ବରେ ଏରୋଡ୍ରମ ହେବା ନିମନ୍ତେ ଏରୋଡ୍ରମ ଅଫିସ ତିଆରି ହେଲା।
ଏରୋଡ୍ରମ ତିଆରି ନିମନ୍ତେ କଲିକତାରୁ ଇଂଜିନିୟର, ଅଫିସର୍ ଓ କିରାଣୀ ପଦରେ ନିଯୁକ୍ତି ପାଇ ବହୁ ବଙ୍ଗାଳୀ ବାବୁ ଆସିଥିଲେ। ଏରୋଡ୍ରମ ଅଫିସ୍ରେ ବଙ୍ଗାଳୀ ଠିକାଦାରମାନେ କଲିକତାରୁ ଆସି ଏଠି କାମ ନେଉଥିଲେ। ଓଡ଼ିଆମାନେ ସେମାନଙ୍କ ପାଖରେ ପେଟି କଣ୍ଟ୍ରାକ୍ଟର ଭାବେ କାମ କରୁଥିଲେ। ଓଡ଼ିଶାରେ ‘ଏ’ କ୍ଲାସ୍ କଣ୍ଟ୍ରାକ୍ଟର ଥିଲେ ସୁଦ୍ଧା କାମ କରିବାକୁ ସୁଯୋଗ ପାଉନଥିଲେ। ସେତେବେଳେ ଖୁରୁଧା ପାଖ ଆର୍ତ୍ତବନ୍ଧୁ ବ୍ରହ୍ମାଙ୍କ ପୁଅ ଦିବ୍ୟସିଂହ ଜଣେ ‘ଏ’ କ୍ଲାସ୍ କଣ୍ଟ୍ରାକ୍ଟର ଥିଲେ। ସେ ଯେତେ ଚେଷ୍ଟା କଲେ ମଧ୍ୟ ଏରୋଡ୍ରମ କାମ ପାଇପାରୁନଥିଲେ। ସେଥିପାଇଁ ଆର୍ତ୍ତବନ୍ଧୁ ବ୍ରହ୍ମା ପଣ୍ଡିତ ନୀଳକଣ୍ଠ ଦାସଙ୍କୁ ବଙ୍ଗାଳୀ ବାବୁମାନଙ୍କ ବିଷୟରେ କହିଥିଲେ। ଫଳରେ ଦିବ୍ୟସିଂହ ବ୍ରହ୍ମା ଏରୋଡ୍ରମ କାମ ପାଇଥିଲେ।
ପ୍ରଥମେ ତାଙ୍କୁ କୁଲିମାନଙ୍କ ରହିବା ଘର କାମ ଦିଆଯାଇଥିଲା। ଯାହାକୁ ବ୍ରହ୍ମା ଠିକ୍ ସମୟରେ କରି ଦେଇଥିଲେ। ଏହାପରେ ଓଡ଼ିଆ କଣ୍ଟ୍ରାକ୍ଟରମାନଙ୍କୁ ଆଉ ବଙ୍ଗାଳୀ ବାବୁମାନେ ଭୂତାଇ ପାରିନଥିଲେ। ମାତ୍ର ଯେଉଁ ଓଡ଼ିଆ ପେଟି କଣ୍ଟ୍ରାକ୍ଟରମାନେ ସେଠି କାମ କରୁଥିଲେ, ତାଙ୍କୁ ଦେୟ ଦେବାକୁ ଡେରି କରାଯାଉଥିଲା। ଏହାସହ ସେମାନଙ୍କୁ ବହୁ ଖରାପ ବ୍ୟବହାର କରାଯାଉଥିଲା। ଫଳରେ ଭୁବନେଶ୍ବର, ସୁନ୍ଦରପଦା, ଜାଗମରାର ବହୁ ବିଶିଷ୍ଟ ଲୋକ ଏରୋଡ୍ରମ ଅଫିସର୍ମାନଙ୍କୁ ଦେଖାକରି ଓଡ଼ିଆଙ୍କ ବିରୋଧରେ ସମସ୍ତ ଚକ୍ରାନ୍ତ କଥା କହିଥିଲେ। ଫଳରେ ଓଡ଼ିଆମାନଙ୍କୁ ଉଚିତ ସମ୍ମାନ ମିଳିଲା। ସେତେବେଳେ ଏରୋଡ୍ରମ କାମରେ ବହୁ ଟ୍ରକ ଲାଗିଥିଲା। ଭୁବନେଶ୍ବରର ସ୍ବର୍ଗତ ମଧୁସୁନ୍ଦର ଗରାବଡୁ ଓ ଅଭିରାମ ମହାପାତ୍ରଙ୍କ ଟ୍ରକ ମଧ୍ୟ ସେହି କାମରେ ନିଯୁକ୍ତି ହୋଇଥିଲା। ଠିକାଦାରମାନେ ଏରୋଡ୍ରମ କାମ ନିମନ୍ତେ ମଧ୍ୟପ୍ରଦେଶ ଛତିଶଗଡ଼ ପ୍ରଭୃତି ଅଞ୍ଚଳରୁ ଶ୍ରମିକ ଆଣି ତାହାର ଚାରିପଟେ ତାରବାଡ଼, ରନୱେ ଓ ଅଫିସ୍ ଘରମାନ ତିଆରି କରାଇଥିଲେ।
ବୁଦ୍ଧେଶ୍ବରୀ ଷ୍ଟେସନରୁ ଭୁବନେଶ୍ବର ରେଳ ଷ୍ଟେସନ
/sambad/media/post_attachments/wp-content/uploads/2023/04/64-1.jpg)
ବର୍ତ୍ତମାନ ଭୁବନେଶ୍ବରରେ ଥିବା ରେଳ ଷ୍ଟେସନ ୧୯୬୪ ମସିହା ପୂର୍ବରୁ ଏପରି ନଥିଲା। ଯାହାକୁ ଏବେ ପୁରୁଣା ଷ୍ଟେସନ କୁହାଯାଉଛି, ତାହା ହିଁ ଥିଲା ପ୍ରଥମ ଷ୍ଟେସନ। ଏହାର ଅନ୍ୟନାମ ବୁଦ୍ଧେଶ୍ବରୀ ଷ୍ଟେସନ ମଧ୍ୟ ଥିଲା। ସେତେବେଳେ ଓଡ଼ିଶାରେ କଂଗ୍ରେସର ସର୍ବଭାରତୀୟ ଅଧିବେଶନ ନିମନ୍ତେ ବର୍ତ୍ତମାନ ଦେଖୁଥିବା ଷ୍ଟେସନକୁ ସଂପ୍ରସାରିତ କରାଯାଇଥିଲା। ୧୯୬୪ ଜାନୁଆରିରେ ହେବାକୁ ଥିବା ଏହି ଅଧିବେଶନକୁ ସେତେବେଳର କଂଗ୍ରେସ ସଭାପତି ତଥା ମାନ୍ଦ୍ରାଜ ରାଜ୍ୟର ମୁଖ୍ୟମନ୍ତ୍ରୀ କାମରାଜ ନାଦର ଗୋଟିଏ ଡିଜେଲ ଇଂଜିନ ଚାଳିତ ରେଳ ଗାଡ଼ିରେ ଆସି ଭୁବନେଶ୍ବର ରେଳ ଷ୍ଟେସନରେ ଓହ୍ଲାଇଥିଲେ। ତାହା ହିଁ ସମ୍ଭବତଃ ରେଳ ଷ୍ଟେସନର ଉଦ୍ଘାଟନ ଉତ୍ସବ ଓ ଡିଜେଲ ଟ୍ରେନ୍ ଓଡ଼ିଶାରେ ପହଞ୍ଚିବାର ପ୍ରଥମ। ସେତେବେଳେ ଭାରତର ପ୍ରଧାନମନ୍ତ୍ରୀ ଥିଲେ ଜବାହାରଲାଲ ନେହେରୁ ସେ ମଧ୍ୟ ଏହି ଅଧିବେଶନରେ ଯୋଗ ଦେଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/63-1.jpg)