ରାଜଧାନୀ ପ୍ରତିଷ୍ଠା ଦିବସ ମହୋତ୍ସବ ଉଦ୍‌ଯାପିତ

ଭୁବନେଶ୍ୱର: ୭୦ତମ ରାଜଧାନୀ ପ୍ରତିଷ୍ଠା ଦିବସ ଅବସରରେ ଇନ୍ଦିରା ଗାନ୍ଧୀ ପାର୍କ ନିକଟରେ ଚାଲିଥିବା ତିନି ଦିନିଆ ‘ରାଜଧାନୀ ପ୍ରତିଷ୍ଠା ଦିବସ ମହତ୍ସେବ ଆଜି ଶେଷ ହୋଇଛି। ଖୋର୍ଧା ଜିଲ୍ଲା ପ୍ରଶାସନ, ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ, ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ବିଭାଗ ଏବଂ ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ମିଳିତ ଆନୁକୂଲ୍ୟରେ ଏହା ଆୟୋଜନ କରାଯାଇଥିଲା। ରାଜ୍ୟ ସଂସ୍କୃତି ବିଭାଗ, ସଙ୍ଗୀତ ଓ ନାଟକ ବିଭାଗ କୋଲକାତା ଏବଂ ପୂର୍ବାଞ୍ଚଳ ସାଂସ୍କୃତିକ କେନ୍ଦ୍ର ଦ୍ୱାରା ଛଉ ନୃତ୍ୟ ଓ ଗଣେଶ ବନ୍ଦନା ପରି ଅନେକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହା ସହିତ ସୁବାସ ଦାସ ଓ ତାଙ୍କ ଦଳ ଆଧୁନିକ ଓ ଭଜନ ସଙ୍ଗୀତ ପରିବେଷଣ କରିଥିବା ବେଳେ ଗୁରୁ ଗଜେନ୍ଦ୍ର ପଣ୍ଡା ଓ ତାଙ୍କ ଦଳ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ।

ଆଜିର କାର୍ଯ୍ୟକ୍ରମରେ ଅତିଥି ଭାବେ ବୈଷ୍ଣବ ଚରଣ ଜେନା ଯୋଗ ଦେଇ ରାଜଧାନୀ ପ୍ରତିଷ୍ଠା ଦିବସ ଉପରେ ଆଲୋକପାତ କରିଥିଲେ। ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିିର ସଭାପତି ପ୍ରଦୋଷ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉତ୍ସବରେ କମିଟିର ସାଧାରଣ ସଂପାଦକ ସନତ ମିଶ୍ର ଓ କମିଟିର ଉପସଭାପତି ପ୍ରଦ୍ୟୁମ୍ନ କୁମାର ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର