ଭୁବନେଶ୍ୱର: କ୍ୟାପିଟାଲ ହସ୍ପିଟାଲର ଶିଶୁରୋଗ ବିଭାଗରେ ଆଜି ଇନଫାଣ୍ଟ ଏଣ୍ଡ ୟଙ୍ଗ ଚାଇଲ୍ଡ ଫିଡିଂ ପ୍ରାକ୍ଟିସେସ୍ ବା ଆଇଓ୍ଵାଇସିଏଫ୍ କର୍ଣ୍ଣରର ଉଦ୍ଘାଟନ କରାଯାଇଛି। ରାଜ୍ୟ ପରିବାର କଲ୍ୟାଣ ନିର୍ଦେଶକ ଡା.ଲିଙ୍ଗରାଜ ମିଶ୍ର ଏହାକୁ ଉଦ୍ଘାଟନ କରିଛନ୍ତି। ଏହା ରାଜ୍ୟର ପ୍ରଥମ କେନ୍ଦ୍ର ବୋଲି ଜଣାପଡ଼ିଛି। ଏହି କର୍ଣ୍ଣର୍ରେ ୨ବର୍ଷ ପର୍ଯ୍ୟନ୍ତ ଶିଶୁର ପୁଷ୍ଟି ପାଇଁ ଯେଉଁ ଯେଉଁ ଆବଶ୍ୟକତା ରହିଛି ତାହା ମା’ମାନଙ୍କୁ ବୁଝାଯିବ। କ୍ୟାପିଟାଲ ହସ୍ପିଟାଲ୍ର ଶିଶୁରୋଗ ଓ୍ଵାର୍ଡକୁ ଉତ୍କର୍ଷ କେନ୍ଦ୍ର ଭାବେ ଘୋଷଣା କରାଯାଇଛି। ଏ ଦୃଷ୍ଟିରୁ ଏଠାରେ ଏକ ପୋଷଣ ପରାମର୍ଶ କେନ୍ଦ୍ର କାର୍ଯ୍ୟ କରିବ। ଶିଶୁର ପ୍ରଥମ ୧ହଜାର ଦିନ ପର୍ଯ୍ୟନ୍ତ ଯେଉଁ ଯେଉଁ ଆବଶ୍ୟକତା ତାହାକୁ ଗୁରୁତ୍ୱ ଦିଆଯିବ। ଏହି କେନ୍ଦ୍ରକୁ ଚେକ ଅପ୍ ପାଇଁ ଆସୁଥିବା ମା’ମାନଙ୍କୁ ଏ ସଂପର୍କରେ ବିସ୍ତତ ଭାବେ ବୁଝାଯିବ। ଏଥିପାଇଁ ସେଠାରେ ଜଣେ ନ୍ୟୁଟ୍ରିସିନାଲ କାଉନସେଲର ନିଯୁକ୍ତ ହେବେ। ଶିଶୁ ଜନ୍ମ ହେବାର ପ୍ରଥମ ୬ମାସ ପର୍ଯ୍ୟନ୍ତ ସ୍ତନ୍ୟପାନ କରାଇବା ଓ କିଭଳି ଶିଶୁର ଯତ୍ନ ନେବେ ତାହା ଉପରେ କାଉନ୍ସେଲର ମା’ମାନଙ୍କୁ ବୁଝାଇବେ। ଯେଉଁ ହସ୍ପିଟାଲର ଶିଶୁ ଓ୍ଵାର୍ଡରେ ଅଧିକ ସଂଖ୍ୟକ ଶିଶୁ ଚିକିତ୍ସା ପାଇଁ ଆସୁଛନ୍ତି ସେଠାରେ ଏଭଳି କେନ୍ଦ୍ର ଖୋଲିବାକୁ ନିଷ୍ପତ୍ତି ନିଆଯାଇଥିବା ପରିବାର କଲ୍ୟାଣ ନିର୍ଦେଶକ ଡା.ମିଶ୍ର କହିଛନ୍ତି। ଏହି ଉଦ୍ଘାଟନ କାର୍ଯ୍ୟକ୍ରମରେ ଡା.କେ.କେ ଦାସ, ଡା.ବିଶ୍ୱରଂଜନ ପାଢ଼ୀ ଓ ଅନ୍ୟାନ୍ୟ ବିଭାଗୀୟ ଅଧିକାରୀ ଯୋଗ ଦେଇଥିଲେ।
କ୍ୟାପିଟାଲ ହସ୍ପିଟାଲ୍ରେ ଖୋଲିଲା ଆଇଓ୍ଵାଇସିଏଫ୍
/sambad/media/post_attachments/wp-content/uploads/2018/07/capital-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)