ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲରେ ପୁଣିଥରେ ନିର୍ଦେଶକ ବଦଳିଛନ୍ତି। ମାତ୍ର ୧୪ଦିନ ତଳେ ଦାୟିତ୍ୱ ଗ୍ରହଣ କରିଥିବା ଡା. ନୀଳକଣ୍ଠ ମିଶ୍ରଙ୍କ ବଦଳରେ ଡା. ଚନ୍ଦ୍ରିକା ପ୍ରସାଦ ଦାସଙ୍କୁ ନିର୍ଦେଶକ ଦାୟିତ୍ୱ ଦିଆଯାଇଛି। ଆଜି ଏ ସଂକ୍ରାନ୍ତୀୟ ଚିଠି କ୍ୟାପିଟାଲ ହସ୍ପିଟାଲକୁ ଦିଆଯାଇଛି।
ଗତ ମାସ ୩୧ ତାରିଖରେ କ୍ୟାପିଟାଲ ହସ୍ପିଟାଲର ବରିଷ୍ଠ ହୃଦ୍ରୋଗ ବିଶେଷଜ୍ଞ ଡା. ଆରଏସ୍ଏନ୍ ମୂର୍ତି ଅବସର ଗ୍ରହଣ କରିବା ପରେ ଡା.ନୀଳକଣ୍ଠ ମିଶ୍ରଙ୍କୁ ଭାରପ୍ରାପ୍ତ ନିର୍ଦେଶକ ଭାବେ ଦାୟିତ୍ୱ ଦିଆଯାଇଥିଲା। ହସ୍ପିଟାଲ ବ୍ୟବସ୍ଥା ସଂପର୍କରେ ବୁଝିବା ବେଳକୁ ତାଙ୍କୁ ଦାୟିତ୍ୱରୁ କାଢ଼ି ନିଆଯାଇଛି। ପୂର୍ବଭଳି ସେ ହୃଦ୍ରୋଗ ବିଭାଗରେ କାର୍ଯ୍ୟ କରିବେ।
କ୍ୟାପିଟାଲ ହସ୍ପିଟାଲରେ କମ୍ ବ୍ୟବଧାନରେ ନିର୍ଦେଶକ ବଦଳିଯିବା କୌଣସି ନୂଆ ଘଟଣା ନୁହେଁ। ରାଜ୍ୟ ସରକାର ଏହାକୁ ବରିଷ୍ଠ ଡାକ୍ତରଙ୍କ ଏକ ଥଇଥାନ କେନ୍ଦ୍ରରେ ପରିଣତ କରିଛନ୍ତି। ଏହାକୁ ମିଶାଇ କ୍ୟାପିଟାଲ ହସ୍ପିଟାଲରେ ଗତ ୫ବର୍ଷ ମଧ୍ୟରେ ୧୪ଜଣ ନିର୍ଦେଶକ ବଦଳି ସାରିଲେଣି। ଏପରିକି ଅନେକ ବରିଷ୍ଠ ଡାକ୍ତରଙ୍କୁ ଗୋଟିଏ ଦିନଠାରୁ ଆରମ୍ଭ କରି ମାସେ ଓ ୬ମାସ ପର୍ଯ୍ୟନ୍ତ ନିର୍ଦେଶକ ପଦବି ଦାୟିତ୍ୱ ଦିଆଯାଇଛି। ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କୁ ଭାରପ୍ରାପ୍ତ ଦାୟିତ୍ୱ ଦିଆଯିବା ସହିତ ପ୍ରଶାସନିକ ଓ ଅର୍ଥନୈତିକ କ୍ଷମତା ଦିଆଯାଉ ନାହିଁ। ନିକଟରେ ଦାୟିତ୍ୱ ଗ୍ରହଣ କରିଥିବା ଡା.ନୀଳକଣ୍ଠ ମିଶ୍ରଙ୍କୁ ଭାରପ୍ରାପ୍ତ ଦାୟିତ୍ୱ ଦିଆଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/08/capital-hospital.jpg)