‘ଲକ୍ଷ୍ୟ’ରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ ପ୍ରଥମ

ଭୁବନେଶ୍ୱର: କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଓଡ଼ିଶାର ୫ ସ୍ୱାସ୍ଥ୍ୟାନୁଷ୍ଠାନକୁ ‘ଲକ୍ଷ୍ୟ’ କାର୍ଯ୍ୟକ୍ରମରେ ‘କ୍ୱାଲିଟି ସାର୍ଟିଫିକେଟ’ ପ୍ରଦାନ କରିଛନ୍ତି। ଏଥିରେ କ୍ୟାପିଟାଲ୍‌ ହସ୍ପିଟାଲ୍‌ ସ୍ତ୍ରୀ ଓ ପ୍ରସୂତି ବିଭାଗ ଲେବର ରୁମ୍ ଓ ମାଟର୍ନିଟି ଓଟି ପ୍ରଥମ ସ୍ଥାନ ଅଧିକାର କରିଛି। ଏହି ବିଭାଗର ଲେବର ରୁମ୍‌ ସ୍ୱଚ୍ଛତା ଓ ସଂକ୍ରମଣ ମୁକ୍ତ ପାଇଁ ୯୫ ପ୍ରତିଶତ ଏବଂ ମାଟର୍ନିଟି ଓଟି ପାଇଁ ୯୭ ପ୍ରତିଶତ ମାର୍କ ପାଇଛି।

ସେହିପରି ମୟୂରଭଞ୍ଜ ଉଦଳା ସବ୍ ଡିଭିଜିନାଲ ହସ୍ପିଟାଲ(ଏସ୍‌ଡିଏଚ୍‌) ସ୍ତ୍ରୀ ଓ ପ୍ରସୂତି ବିଭାଗ ଲେବର ରୁମ୍‌ରେ ସ୍ୱଚ୍ଛତା ଓ ସଂକ୍ରମଣ ମୁକ୍ତ ପାଇଁ ୮୪ ପ୍ରତିଶତ ଏବଂ ମାଟର୍ନିଟି ଓଟି ପାଇଁ ୮୪ପ୍ରତିଶତ ମାର୍କ ହାସଲ କରିଛି। ଗଞ୍ଜାମ ଛତ୍ରପୁର ସବ୍ ଡିଭିଜିନାଲ ହସ୍ପିଟାଲ(ଏସ୍‌ଡିଏଚ୍‌) ସ୍ତ୍ରୀ ପ୍ରସୂତି ବିଭାଗ ଲେବର ରୁମ୍‌ରେ ସ୍ୱଚ୍ଛତା ଓ ସଂକ୍ରମଣ ମୁକ୍ତ ପାଇଁ ୮୨ ପ୍ରତିଶତ ଏବଂ ମାଟର୍ନିଟ୍‌ ଓଟି ପାଇଁ ୭୯ ପ୍ରତିଶତ ମାର୍କ ହାସଲ କରିଛି। ମୟୂରଭଞ୍ଜ ରାଇରଙ୍ଗପୁର ସବ୍ ଡିଭିଜିନାଲ ହସ୍ପିଟାଲ(ଏସ୍‌ଡିଏଚ୍‌) ସ୍ତ୍ରୀ ପ୍ରସୂତି ବିଭାଗ ଲେବର ରୁମ୍‌ରେ ସ୍ୱଚ୍ଛତା ଓ ସଂକ୍ରମଣ ମୁକ୍ତ ପାଇଁ ୯୧ ପ୍ରତିଶତ ଏବଂ ମାଟର୍ନିଟି ଓଟି ପାଇଁ ୯୫ ପ୍ରତିଶତ ମାର୍କ ହାସଲ କରିଛି। ଅନୁଗୁଳ ଜିଲ୍ଲା ମୁଖ୍ୟ ହସ୍ପିଟାଲ(ଡିଏଚ୍‌ଏଚ୍‌) ହସ୍ପିଟାଲ ସ୍ତ୍ରୀ ପ୍ରସୂତି ବିଭାଗ ଲେବର ରୁମ୍‌ରେ ସ୍ୱଚ୍ଛତା ଓ ସଂକ୍ରମଣ ମୁକ୍ତ ପାଇଁ ୯୩ପ୍ରତିଶତ ମାର୍କ ମିଳିଛି।

ଦେଶ ତଥା ରାଜ୍ୟରେ ମାତୃ ଓ ଶିଶୁ ମୃତ୍ୟୁ ହାର କମାଇବା ଓ ସ୍ୱଚ୍ଛ ବାତାବରଣ ଭିତରେ ଲେବର ରୁମ୍ ଓ ଅପରେସନ ଥିଏଟରକୁ ଜୀବାଣୁ ମୁକ୍ତ ରଖିବା ନେଇ କେନ୍ଦ୍ର ସରକାର ଲକ୍ଷ୍ୟ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମ ଅନୁଯାୟୀ ହସ୍ପିଟାଲରେ ସ୍ତ୍ରୀ ଓ ପ୍ରସୂତି ବିଭାଗ ଲେବର ରୁମ୍ ଓ ଅପରେସନ୍ ଥିଏଟର ଅବସ୍ଥା କିଭଳି ରହିଛି ତାହାର ଯାଞ୍ଚ କେନ୍ଦ୍ର ସରକାରଙ୍କ ଲକ୍ଷ୍ୟ ଟିମ୍ କରନ୍ତି।

ସମ୍ବନ୍ଧିତ ଖବର