କ୍ୟାପିଟାଲ ହସ୍ପିଟାଲରେ ଏଣିକି ସପ୍ତାହକୁ ତିନି ଦିନ ନ୍ୟୁରୋଲୋଜି ବିଭାଗ

ଭୁବନେଶ୍ବର: କ୍ୟାପିଟାଲ ହସ୍ପିଟାଲରେ ଏଣିକି ସପ୍ତାହକୁ ତିନି ଦିନ ନ୍ୟୁରୋଲୋଜି ବିଭାଗ ଖୋଲା ରହିବ। ପ୍ରତ୍ୟେକ ସୋମବାର, ବୁଧବାର ଓ ଶୁକ୍ରବାର ନ୍ୟୁରୋଲୋଜି ବିଭାଗ ଖୋଲିବ ବୋଲି ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ନ୍ୟୁରୋଲୋଜି ବିଭାଗରେ ଜଣେ ନୂତନ ଡାକ୍ତର ଯୋଗଦେଇଛନ୍ତି।

ପୂର୍ବରୁ କଟକ ଏସସିବିରୁ ଜଣେ ଡାକ୍ତର ସପ୍ତାହକୁ ଦ‌ିନେ ଆସୁଥିଲେ। ସେ ଦିନକୁ ୪୦ ଜଣ ରୋଗୀ ଦେଖୁଥିଲେ। ଏବେ ଆଉ ଜଣେ ଡାକ୍ତର କର୍ପସ ଫଣ୍ଡ ଅଧୀନରେ ଯୋଗ ଦେଇଛନ୍ତି। ସଂପୃକ୍ତ ଡାକ୍ତର ଆସିବା ଫଳରେ ବିଭାଗ ସପ୍ତାହକୁ ତିନି ଦିନ ଖୋଲିବ। ସେହି ଭଳି ‌ନେଫ୍ରୋଲୋଜି ବିଭାଗ ସପ୍ତାହକୁ ତିନି ଦିନ ଖୋଲା ରହିଛି।

ସମ୍ବନ୍ଧିତ ଖବର