ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲରେ ଏବେ ପୂର୍ବଭଳି ଦୁଇ ବେଳା ଓପିଡି ବା ବହିର୍ବିଭାଗ କାର୍ଯ୍ୟକ୍ଷମ ହୋଇଛି। କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଅନଲକ୍-୪ ନେଇ ନିର୍ଦେଶାବଳି ଜାରି କରାଯିବା ପରେ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ହୋଇଛି। ଏ ଦୃଷ୍ଟିରୁ ପୂର୍ବଭଳି ଓପିଡି ଖୋଲିବା ନେଇ ହସ୍ପିଟାଲ କର୍ତୃପକ୍ଷ ନିଷ୍ପତ୍ତି ନେଇଛନ୍ତି। କରୋନା ସଂକ୍ରମଣକୁ ନଜରରେ ରଖି କ୍ୟାପିଟାଲ ହସ୍ପିଟାଲରେ ଦୁଇବେଳା ବଦଳରେ ଗୋଟିଏ ବେଳା ଓପିଡି କାର୍ଯ୍ୟକାରୀ କରାଯାଇଥିଲା। ଏହାସତ୍ତ୍ବେ ହସ୍ପିଟାଲର କାଜୁଆଲଟି ସମେତ ଅନ୍ୟାନ୍ୟ ୱାର୍ଡରୁ ରୋଗୀ ଓ କର୍ମଚାରୀ କରୋନା ସଂକ୍ରମିତ ହୋଇଥିଲେ। ତେବେ ଚଳିତ ମାସ ଆରମ୍ଭରୁ ଅନଲକ୍-୪ ପାଇଁ ନିର୍ଦେଶାବଳୀ ଆସିବା ପରେ ହଠାତ୍ ଓପିଡିରେ ରୋଗୀଙ୍କ ସଂଖ୍ୟାରେ ବୃଦ୍ଧି ଦେଖିବାକୁ ମିଳିଥିଲା। ତେଣୁ ଆଗଭଳି ସକାଳ ଓ ସଂଧ୍ୟାରେ ଓପିଡି ସେବା ରୋଗୀଙ୍କୁ ମିଳିପାରିବ। ସେହିପରି ହସ୍ପିଟାଲରେ ଆଜି ଇଏନ୍ଟି ବିଭାଗର ଜଣେ ଡାକ୍ତର କରୋନା ସଂକ୍ରମିତ ହୋଇଥିବା ଜଣାପଡ଼ିଛି। ପୂର୍ବରୁ ସଂପୃକ୍ତ ବିଭାଗରେ ଜଣେ ଆଟେଣ୍ଡାଣ୍ଟ ସଂକ୍ରମିତ ହୋଇଥିବାରୁ ତାଙ୍କ ସଂସ୍ପର୍ଶରେ ଆସି ଡାକ୍ତର ଜଣକ ଆକ୍ରାନ୍ତ ହୋଇଥାଇପାରନ୍ତି ବୋଲି ଅନୁମାନ କରାଯାଉଛି। ୪୮ଘଣ୍ଟା ପାଇଁ ସଂପୃକ୍ତ ବିଭାଗକୁ ସିଲ୍ କରାଯାଇଛି। ତେବେ ବିଭାଗକୁ ଅନ୍ୟତ୍ର କାର୍ଯ୍ୟକ୍ଷମ କରିବା ନେଇ ଆସନ୍ତାକାଲି ହସ୍ପିଟାଲ କର୍ତୃପକ୍ଷ ନିଷ୍ପତ୍ତି ଗ୍ରହଣ କରିପାରନ୍ତି ବୋଲି ସୂଚନା ମିଳିଛି। ଏହାକୁ ମିଶାଇ ହସ୍ପିଟାଲରେ ୪ଜଣ ଡାକ୍ତର ଆକ୍ରାନ୍ତ ହୋଇସାରିଲେଣି। ଅପରପକ୍ଷରେ ହସ୍ପିଟାଲ ପରିଚାଳକ ଓ ଅନ୍ୟ କର୍ମଚାରୀ କରୋନାରେ ଆକ୍ରାନ୍ତ ହେବା ପରେ ବନ୍ଦ ରହିଥିବା ପ୍ରଶାସନିକ କାର୍ଯ୍ୟାଳୟ ପୁନର୍ବାର ଖୋଲିଛି।
କ୍ୟାପିଟାଲ ହସ୍ପିଟାଲରେ ଧାର୍ଯ୍ୟ ସମୟ ଅନୁଯାୟୀ କାର୍ଯ୍ୟକ୍ଷମ ହେଲା ଓପିଡି
କ୍ୟାପିଟାଲ ହସ୍ପିଟାଲର ଆଉ ଜଣେ ଡାକ୍ତରଙ୍କୁ କରୋନା
/sambad/media/post_attachments/wp-content/uploads/2020/02/capital-hospital.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)