ବଦଳିବ କ୍ୟାପିଟାଲ ହସ୍ପିଟାଲ ଓପିଡି ସମୟ!

ବିଭାଗ ପକ୍ଷରୁ ୫ ଜଣିଆ କମିଟି ଗଠିତ

ଭୁବନେଶ୍ବର, ୨୬।୯(ଇମିସ): କ୍ୟାପିଟାଲ ହସ୍ପିଟାଲର ଓପିଡି ବା ବହିର୍ବିଭାଗ ସମୟ ବଦଳିପାରେ। ଏହାସହ ଉଭୟ ହସ୍ପିଟାଲ ଓ ପିଜି ଇନଷ୍ଟିଚ୍ୟୁଟ୍‌ର ଏକକ ପ୍ରଶାସନିକ କାର୍ଯ୍ୟର ଶୃଙ୍ଖଳା ଲାଗୁ ହେବ। ଏହାର ଅନୁଧ୍ୟାନ ପାଇଁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ୫ଜଣିଆ ଏକ କମିଟି ଗଠନ କରାଯାଇଛି। ବିଭାଗ ପକ୍ଷରୁ ଆଜି ଏ ସଂକ୍ରାନ୍ତୀୟ ନିର୍ଦେଶନାମା ପ୍ରକାଶ ପାଇଛି।
ଏହି କମିଟିରେ ଡିଏମ୍‌ଇଟି ଅଧ୍ୟକ୍ଷ ରହିଛି। ଏହାସହ କ୍ୟାପିଟାଲ ହସ୍ପିଟାଲ ଓ ପିଜି ଇନ୍‌ଷ୍ଟିଚ୍ୟୁଟ୍‌ର ଅଧୀକ୍ଷକ ସଦସ୍ୟ ଆବାହକ ଥିବା ବେଳେ ସ୍ବାସ୍ଥ୍ୟସେବା ନିର୍ଦ୍ଦେଶକ, କ୍ୟାପିଟାଲ ହସ୍ପିଟାଲ ନିର୍ଦ୍ଦେଶକ ଓ ପିଜି ଇନଷ୍ଟିଚ୍ୟୁଟ୍‌ର ନିର୍ଦ୍ଦେଶକ ସଦସ୍ୟ ରହିଛନ୍ତି। କ୍ୟାପିଟାଲ ହସ୍ପିଟାଲ ପିଜି ଇନ୍‌ଷ୍ଟିଚ୍ୟୁଟ୍‌ରେ ୬ଟି ବିଭାଗରେ ପାଠପଢ଼ା ପାଇଁ ଅନୁମତି ମିଳିଛି।

ସମ୍ବନ୍ଧିତ ଖବର