ଟିଚିଂ ହସ୍ପିଟାଲ ଭାବେ ଘୋଷଣା ହେଲା କ୍ୟାପିଟାଲ ହସ୍ପିଟାଲ

ଭୁବନେଶ୍ବର : ଟିଚିଂ ହସ୍ପିଟାଲ ଭାବେ ଘୋ‌ଷଣା‌ ହେ‌ଲା କ୍ୟାପିଟାଲ ହସ୍ପିଟାଲ। ସ୍ବାସ୍ଥ୍ୟ ବିଭାଗ ତରଫରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି। ଏନେଇ ଗୁରୁବାର ଦିନ ‌ଲୋକ‌‌ସେବା ଭବନରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ‌ହୋଇଯାଇଛି। ବୈଠକରେ ପିଜିଆଇ କାର୍ଯ୍ୟ ତ୍ବରାନିତ କରାଯିବା ସହ ‌ମଡ୍ୟୁଲାର୍‌ କିଚେନ୍ ନିର୍ମାଣ, ପିଜିଆଇ ନିର୍ମାଣ କ୍ରଣ୍ଟାକ୍ଟ ନେଇଥିବା ନିର୍ମାଣକାରୀ ସଂସ୍ଥା ଏଲ୍‌ ଆଣ୍ଡ ଟିକୁ ଜାଗା ଯୋଗାଇଦେବା ଭଳି ବିଭିନ୍ନ ବିଷୟରେ ଆଲୋଚନା କରାଯା‌ଇଥିଲା।

କ୍ୟ‌ାପିଟାଲ ହସ୍ପିଟାଲକୁ ମଡେଲ ହସ୍ପିଟାଲରେ ପରିଣତ କରିବା ସହ ଆଗାମୀ ୫୦ ବର୍ଷକୁ ଦୃଷ୍ଟିରେ ରଖି ମାଷ୍ଟର ପ୍ଲାନ୍‌ ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର। ଆଗାମୀ ବର୍ଷଠାରୁ ଆରମ୍ଭ ହେବ ଡାକ୍ତରୀ ପାଠପଢ଼ା। ପୋଷ୍ଟ ଗ୍ରାଜୁଏଟ୍ ଇନଷ୍ଟିଚ୍ୟୁଟ୍ ଅଫ୍‌ ମେଡିକାଲ ଏଜୁକେସନ୍ ଆଣ୍ଡ ରିସର୍ଚ୍ଚ ଆଣ୍ଡ କ୍ୟାପିଟାଲ୍ ହସ୍ପିଟାଲ ନାମରେ ପରିବର୍ତ୍ତନ ସହ ବଦଳିବ ଭିତ୍ତିଭୂମି। ପିଜି, କ୍ୟାନସର ଇନ୍‌ଷ୍ଟିଚ୍ୟୁଟ୍‌ ସହ ଟ୍ରମା କେୟାର୍‌ ସେଣ୍ଟର୍‌ ନିର୍ମାଣ କରିବା ପାଇଁ ରାଜ୍ୟ ସରକାର ୨୮୫କୋଟି ଟଙ୍କା ଅନୁମୋଦନ କରିଛନ୍ତି। ଆସନ୍ତା ଦୁଇବର୍ଷ ମଧ୍ୟରେ ୧୫ଟି ବିଷୟରେ ୬୦ଜଣ ଛାତ୍ରଛାତ୍ରୀ ପିଜି ପାଠ୍ୟକ୍ରମ ପଢ଼ିବେ। ଏଥିପାଇଁ ଆନୁଷଙ୍ଗିକ ବ୍ୟବସ୍ଥା ଶେଷ ହୋଇଥିବା ବେଳେ ଖୁବ୍‌ ଶୀଘ୍ର ନ୍ୟାସନାଲ ମେଡିକାଲ କାଉନସିଲ ଟିମ୍ ଅନୁଧ୍ୟାନ କରିବା ପାଇଁ ଆସିବ। ଟିମ୍‌ର ଅନୁମୋଦନ ମିଳିବା ପରେ ପିଜି ପାଠ୍ୟକ୍ରମ ପାଇଁ ପ୍ରକ୍ରିୟା ଆରମ୍ଭ ହେବ।

ସମ୍ବନ୍ଧିତ ଖବର