ଦୃଷ୍ଟିଦାନ ପକ୍ଷରୁ କ୍ୟା‌ପିଟାଲ ହସ୍ପିଟାଲ ପୁରସ୍କୃତ

ଭୁବନେଶ୍ବର: ଚକ୍ଷୁ ସଂଗ୍ରହ କ୍ଷେତ୍ରରେ ଉଲ୍ଲ‌େଖନୀୟ ସଫଳତା ପାଇଁ ଦୃଷ୍ଟିଦାନ ପକ୍ଷରୁ କ୍ୟାପିଟାଲ ହସ୍ପିଟାଲକୁ ସମ୍ବର୍ଦ୍ଧିତ କରାଯାଇଛି। ଦୃଷ୍ଟିଦାନ ଅନୁଷ୍ଠାନର ୨୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଆଜି ଜୟଦେବ ଭବନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ରାଜ୍ୟପାଳ ଗଣେଶୀ ଲାଲ୍‌ଙ୍କ ଠାରୁ ହସ୍ପିଟାଲର ଅଧୀକ୍ଷକ ଦିଲ୍ଲୀପ ପଣ୍ଡା ଏହି ପୁରସ୍କାର ଗ୍ରହଣ କରିଛନ୍ତି।

ଦୃଷ୍ଟିଦାନ ପକ୍ଷରୁ ଗତ ୨୦ ବର୍ଷ ମଧ୍ୟରେ ପ୍ରାୟ ୧୧୦୦୦ ଚକ୍ଷୁ ସଂଗ୍ରହ କରାଯାଇ ଦାନ କରାଯାଇଛି। କ୍ୟାପିଟାଲ ହସ୍ପିଟାଲରେ ୨୦୧୦ ମସିହାରୁ ଚକ୍ଷୁ ସଂଗ୍ରହ ଆରମ୍ଭ କରାଯାଇଛି। ଗତ ୧୨ ବର୍ଷ ମଧ୍ୟରେ ଦୃଷ୍ଟିଦାନ ସହ ଚୁକ୍ତିରେ ରହିଥିବା ହସ୍ପିଟାଲ ମାନଙ୍କ ମଧ୍ୟରୁ କ୍ୟାପିଟାଲ ହସ୍ପିଟାଲର ପ୍ରଦର୍ଶନ ଉନ୍ନତ ରହିଥିବାରୁ ଏହି ପୁରସ୍କାର ମିଳିଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର