କ୍ୟାପିଟାଲ ଆଇନ ମହାବିଦ୍ୟାଳୟରେ ରକ୍ତଦାନ ଶିବିର

ଭୁବନେଶ୍ୱର: ସ୍ଥାନୀୟ ନୟାପଲ୍ଲୀସ୍ଥିତ କ୍ୟାପିଟାଲ୍‌ ଆଇନ୍‌ ମହାବିଦ୍ୟାଳୟ ଓ ‘ସମ୍ବାଦ-ଆମ ଓଡ଼ିଶା’ର ମିଳିତ ଉଦ୍ୟମରେ ଏକ ରକ୍ତଦାନ ଶିବିର ମହାବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରକୁ ପୂର୍ବତନ ମନ୍ତ୍ରୀ ସୁରେଶ କୁମାର ରାଉତରାୟ ଏବଂ ମହାବିଦ୍ୟାଳୟର ଅଧ୍ୟକ୍ଷା ନନ୍ଦିନୀ ମିଶ୍ର ପ୍ରଦୀପ ପ୍ରଜ୍ଜ୍ଵଳନ କରି ଉଦ୍‌ଘାଟନ କରିଥିଲେ। ଏହି ଶିବିରରୁ ମୋଟ ୩୨ ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଛି। ଏସ୍‌.ଏସ୍‌.ଜି. ଉପଦେଷ୍ଟା ସରିତା ବଡ଼ଜେନା, ଏସ୍‌.ଏସ୍‌.ଜି. ସଂପାଦକ ସଂଗ୍ରାମ କେଶରୀ ସ୍ୱାଇଁ ଓ ଏସ୍‌.ଏସ୍‌.ଜି. ସହ ସଂପାଦକ ଦିପ୍ତୀମୟୀ ପତି ଏହି ଶିବିର ପରିଚାଳନା କରିଥିଲେ। କଲେଜ୍‌ର ପୂର୍ବତନ ଛାତ୍ରଛାତ୍ରୀମାନେ ମଧ୍ୟ ଏହି ଶିବିରରେ ଯୋଗଦାନ କରିଥିଲେ। କଲେଜର ଛାତ୍ରଛାତ୍ରୀ ତଥା ସହକର୍ମୀମାନେ ଏହି ଶିବିରରେ ରକ୍ତଦାନ କରିଥିଲେ। ମୁନିସିପାଲିଟି ରକ୍ତଭଣ୍ଡାର ଅଧିକାରୀ ଜୟଦୀପ ଘୋଷ ଓ ତାଙ୍କ ସହକର୍ମୀମାନେ ଉକ୍ତ ଶିବିରରୁ ରକ୍ତସଂଗ୍ରହ କରିଥିଲେ। ସ୍ଥାନୀୟ ସମ୍ବାଦ ପ୍ରତିନିଧି ହିତେଶ କୁମାର ନାୟକ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ‘ଆମ ଓଡ଼ିଶା’ର କର୍ମକର୍ତ୍ତାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଶିବିରଟି ଅନୁଷ୍ଠିତ ହୋଇଥିଲା ।

ସମ୍ବନ୍ଧିତ ଖବର